Advertisment

ପିପିଲି ଉପନିର୍ବାଚନ: ଆଜିଠୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ

ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ମତଗ୍ରହଣ କରାଯିବ।

Pipili Bypoll

Pipili Bypoll

Advertisment

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ପୋଷ୍ଟାଲ ବାଲାଟ ମତଦାନ ଆରମ୍ଭ ହୋଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ, କୋଭିଡ ଆକ୍ରାନ୍ତ ମାନଙ୍କ ପାଇଁ ପୋଷ୍ଟାଲ ବାଲାଟରେ ମତଗ୍ରହଣ କରାଯିବ। 

Advertisment

ପିପିଲି ଓ ଡେଲାଙ୍ଗର ୮ ହଜାର ୨୧୨ ଜଣଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବାପାଇଁ ସହମତି ଜଣାଇଛନ୍ତି। ସେଥିରୁ ଡେଲାଙ୍ଗର ୭୧୨ ଜଣ ଥିବା ବେଳେ ପିପିଲିର ୩୬୫ ଜଣ ରହିଛନ୍ତି। ଏହି ପ୍ରକ୍ରିୟାରେ ମାଇକ୍ରୋ ଅବଜରଭର , ପ୍ରିଜାଇଡିଂ ଅଫିସର , ପୋଲିଂ ଅଫିସର ସମେତ ସୁରକ୍ଷା କର୍ମୀ ଘର ଘର ବୁଲି ମତ ଗ୍ରହଣ କରିବେ। ଆସନ୍ତା ୫ ଦିନ ଯାଏ ଚାଲିବ ଏହି ଭୋଟିଂ ପ୍ରକ୍ରିୟା।  

ପୋଷ୍ଟାଲ ବାଲାଟ ମତଦାନକୁ ନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ‘୭ଟି ପୋଲିଂ ପାର୍ଟି କରାଯାଇଛି। ଏମାନଙ୍କ ମଧ୍ୟରେ ମାଇକ୍ରୋ ଅବଜରଭର, ସୁରକ୍ଷା କର୍ମୀ, ପୋଲିଂ ଅଫିସର, ଭିଡିଓଗ୍ରାଫି ଟିମ୍‌ ଅଛନ୍ତି। ଏମାନେ ଅଲଗା ଅଲଗା ରୁଟ୍‌କୁ ଆଜିଠୁ ଯିବେ। ୩-୪ ଦିନ ମଧ୍ୟରେ ପୁରା ପୋଷ୍ଟାଲ ବାଲାଟ ମତଗ୍ରହଣ କରାଯିବ। ଆଶା କରାଯାଉଛି, ଠିକ୍‌ ସମୟରେ ପୋଷ୍ଟାଲ ବାଲାଟ ମତଗ୍ରହଣ ସଂଗ୍ରହ ହୋଇଯିବ’।

Advertisment

ସୂଚନାଥାଉ କି, ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବ ଓ ଅକ୍ଟୋବର ୩ରେ ଭୋଟ ଗଣତି ହେବ। ପୂର୍ବରୁ କରୋନା ମହାମାରୀ ପାଇଁ ଉପନିର୍ବାଚନକୁ ସ୍ଥଗିତ କରାଯାଇଥିଲା। କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ କରାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା। 

Advertisment
Pipili Bypoll Postal Ballot Voting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ