Advertisment

ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ହେଲେ ପିପିଲି ଆସନ ହାତେଇବ କିଏ?

ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।

Pipili By Election

Pipili By Election

Advertisment

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍‌ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା। ଏବେ ମହାମାରୀ ସ୍ଥିତି ଟିକେ ଥମିବା ପରେ ଆଜି ପୁଣି ନୂଆ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍। ହେଲେ ଏଥର କିନ୍ତୁ ପ୍ରାର୍ଥିପତ୍ର ଦାଖଲ ହେବାର ନାହିଁ। ଆଗରୁ ଯେଉଁ ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ଥିଲା ସେହିମାନେ ରଣାଙ୍ଗନରେ ରହିବେ। ପ୍ରଚାର ଯେଉଁଠୁ ସରିଥିଲା ପୁଣି ସେଇଠୁ ଆରମ୍ଭ ହେବ। ପୂର୍ବଥର ନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ୨୯ ଏପ୍ରିଲ୍‌ରୁ ମେ ୩ ଯାଏଁ ପ୍ରଚାର ହୋଇଥିଲା ।ତେଣୁ ପ୍ରାର୍ଥିମାନଙ୍କୁ ଏବେ ପ୍ରଚାର ଲାଗି ହାତରେ ପ୍ରାୟ ସପ୍ତାହେ ସମୟ ରହିବ। ୨୦ ତାରିଖରୁ ପ୍ରଚାର ଆରମ୍ଭ ହେବ, ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ସରିବ। ସେହିପରି ଅୋବର ୩ ତାରିଖରେ ଭୋଗ ଗଣତି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନର। ଏଥିସହ ଆଜିଠୁ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି।

Advertisment

ପିପିଲି ନିର୍ବାଚନୀ ରଣାଙ୍ଗନରେ ଅଛନ୍ତି ୧୦ ପ୍ରାର୍ଥୀ। ୭ ଜଣ ଦଳୀୟ, ୩ ସ୍ୱାଧୀନ। ହେଲେ ପ୍ରମୁଖ ଲଢ଼େଇ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ହେବ। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ବେଳେ ଆଶ୍ରିତ ପଟ୍ଟନାୟକ ହେଉଛନ୍ତି ବିଜେପିର ଯୋଦ୍ଧା। ସେହିପରି ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ବିଶ୍ୱକେଶନ୍ ହରିଚନ୍ଦନ ମହାପାତ୍ରଙ୍କୁ ମଇଦାନକୁ ଛାଡ଼ିଥିଲା କଂଗ୍ରେସ। ତେଣେ ନିର୍ବାଚନ ସ୍ଥଗିତ ରହିବାର ୪ ମାସ ପରେ ସାନି ତାରିଖ ଘୋଷଣାକୁ ନେଇ ପୁଣି ସରଗରମ ପିପିଲି ରାଜନୀତି। ପ୍ରଚାରର ଦ୍ୱିତୀୟ ଇନିଂସ ପାଇଁ ପ୍ରସ୍ତୁତ ତିନି ଦଳର ପ୍ରାର୍ଥୀ।

Advertisment

ତେବେ ତୃତୀୟ ଲହର ଆଶଙ୍କା ଭିତରେ ଉପନିର୍ବାଚନ ପାଇଁ କଟକଣାକୁ ବି କଡ଼ା କରିଛନ୍ତି ନିର୍ବାଚନ କମିଶନ୍। ଯେମିତିକି- ଭୋଟ୍‌ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ସରିବ। ଇନଡ଼ୋର୍‌ ମିଟିଂରେ ହଲ୍ କ୍ଷମତାର ୩୦% କିମ୍ବା ୨୦୦ରୁ କମଡକୁ ଅନୁମତି, ଷ୍ଟାର କ୍ୟାମ୍ପେନର ଥିବା ଆଉଟଡ଼ୋରରେ ମିଟିଂରେ ୧ ହଜାରଙ୍କୁ ଅନୁମତି, ଅନ୍ୟ ଆଉଟଡ଼ୋରରେ ପ୍ରଚାର ବେଳେ ୫୦୦ ଲୋକଙ୍କୁ ଅନୁମତି, ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ରହିଛି। ତେବେ ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲି ମନା କରାଯାଇଛି।

ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ବେଳେ ପ୍ରାର୍ଥୀଙ୍କ ସହ କେବଳ ୫ ଜଣ ରହିପାରିବେ। ସେହପରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ,ପ୍ରାର୍ଥୀ, ପୋଲିଂ ଏଜେଣ୍ଟ ଓ ଗଣତି ଏଜେଣ୍ଟଙ୍କ ପାଇଁ ଡବଲ୍ ଡୋଜ୍ ଟିକା ବାଧ୍ୟତାମୂଳକ କରାଯାଇଛି।

Advertisment
Odisha Election Commission Pipili Byelection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ