Advertisment

ବିଜେଡିର ୨ ମନ୍ତ୍ରୀଙ୍କୁ ଘେରିଗଲେ, ପ୍ରଶ୍ନବାଣରେ କଲେ ଘାଇଲା

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇ କୋଣାର୍କ ଅଞ୍ଚଳରେ ହଟହଟା ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଲୋକଙ୍କ ଦ୍ୱାରା ହଟହଟା ହୋଇଛନ୍ତି।

ଅଦ୍ୟତନ ହୋଇଛି
People Oppose Minister

People Oppose Minister

Advertisment

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇ କୋଣାର୍କ ଅଞ୍ଚଳରେ ହଟହଟା ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଲୋକଙ୍କ ଦ୍ୱାରା ହଟହଟା ହୋଇଛନ୍ତି। ଗତକାଲି ଏହି ଘଟଣା ଘଟିଥିଲା। ଗୋଟିଏ ପଟେ ମନ୍ତ୍ରୀ ସମୀର ଦାଶଙ୍କୁ ଲୋକମାନେ ଘେରି ଯାଇଥିବାବେଳେ ଅନ୍ୟପଟେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଲୋକଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିବା ଦେଖିବାକୁ ମିଳିଛି।

Advertisment

ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୮ ନମ୍ବର ଜୋନ୍‌ ପରିଷଦ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମନ୍ତ୍ରୀ ସମୀର ଦାଶ ଗତକାଲି ପ୍ରଚାରରେ ଯାଇଥିଲେ। କିନ୍ତୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆଣି ସାଇଁସ ପଞ୍ଚାୟତ ଦୁର୍ଗାପୁର ଗାଁରେ କିଛି ମହିଳା ମନ୍ତ୍ରୀ ସମୀର ଦାଶଙ୍କୁ ଘେରିଥିଲେ। ଏହି ସମୟରେ ମନ୍ତ୍ରୀ ଲୋକମାନଙ୍କୁ ବୁଝାଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ସେହିପରି ଗତ ରାତି ପ୍ରାୟ ୧୦ଟାରେ କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୋଇତ କୁଦ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇଥିଲେ। ସେଠାରେ ମୌଳିକ ସମସ୍ୟାର ସମାଧାନ ଦାବି ଉଠାଇ ଲୋକେ ପୂର୍ବରୁ ନିର୍ବାଚନ ବର୍ଜନର ଧମକ ଦେଇଥିଲେ। ତେଣୁ ତାଙ୍କ ସମସ୍ୟା ବୁଝିବାକୁ ଯାଇଥିବାବେଳେ ଏଠି ବି ମନ୍ତ୍ରୀ ତୁଷାରକାନ୍ତିଙ୍କୁ ନାନା ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲୋକମାନେ ହୋହଲ୍ଲା ହେବାରୁ ମନ୍ତ୍ରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତାଙ୍କ ସମର୍ଥକଙ୍କ ବାଇକରେ ପଳାଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

Advertisment

ଖବର ଲେଖାଯିବା ସୁଦ୍ଧା ଉଭୟ ଘଟଣାରେ ମନ୍ତ୍ରୀ ସମୀର ଦାଶ କି ତୁଷାରକାନ୍ତି ବେହେରା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏପରିକି ବିଜେଡି ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

BJD Odisha Panchayat Polls Minister Samir Ranjan Dash Odisha Panchayat Elections Minister Tusharkanti Behera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ