Odisha BJP chief's new team
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଛନ୍ତି । ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବାବେଳେ ୫ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।
ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି । ସେହିପରି ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀଙ୍କ ନାଁ ମଧ୍ୟ ଉପସଭାପତି ତାଲିକାରେ ସାମିଲ କରିଛନ୍ତି ମନମୋହନ ସାମଲ ।
ସେହିପରି ମନମୋହନଙ୍କ ନୂଆ ଟିମରେ ବିଭିନ୍ନ ମୋର୍ଚ୍ଚାର ସଭାପତି ନିଯୁକ୍ତ ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ସଭାପତି ହେଲେ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ । ମହେଶ୍ୱର ସାହୁଙ୍କୁ କିଷାନ ମୋର୍ଚ୍ଚା ସଭାପତି କରାଯାଇଛି ।
ଅନ୍ୟପଟେ ଏସ୍ଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ସଭାପତି କରାଯାଇଛି । ବିଭୁପ୍ରସାଦ ତରାଇଙ୍କୁ ଏସ୍ସି ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛି । ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦେଇଛନ୍ତି ମନମୋହନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691126945.jpg)