Advertisment

ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି ବିଜେଡି, ସମସ୍ୟା ଯେମିତି କି ସେମିତି !

ପାନୀୟ ଜଳ, ଗମନାଗମନ, ଟ୍ରାଫିକ, ପ୍ରଦୁଷଣ ଭଳି ଦୈନନ୍ଦିନ ସମସ୍ୟା ସହ ନିଯୁକ୍ତି,ବିସ୍ଥାପନ, ଶ୍ରମିକଙ୍କ ଅସୁବିଧା, ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆଦି ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରସଙ୍ଗ।

ଅଦ୍ୟତନ ହୋଇଛି
Paradeep Politics, Sattara Satranj

Paradeep Politics, Sattara Satranj

Advertisment

ପାରାଦୀପ ନିର୍ବାଚନମଣ୍ଡଳୀରେ ସମସ୍ୟା ଅନେକ। ଏହି ସମସ୍ୟାକୁ ହିଁ ପ୍ରତିଥର ମୁଦ୍ଦା କରି ନିର୍ବାଚନ ଲଢ଼ି ଆସିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ତେବେ ସବୁଥର ବିକାଶର ସ୍ୱପ୍ନ ଦେଖାଇ ଜନମତ ଜିତି ଆସୁଛି ବିଜେଡି। କିନ୍ତୁ ସମସ୍ୟା ସମସ୍ୟା ବାଟରେ ଆଜି ବି ଛିଡ଼ା ହୋଇଥିବା ଜନତାଙ୍କ ଅଭିଯୋଗ। ଏଥର ନିର୍ବାଚନମଣ୍ଡଳୀ ବାସିନ୍ଦାଙ୍କ ଆଗରେ କଣ ରହିଛି ସମସ୍ୟା ଏବଂ ନେତା କଣ କରିଛନ୍ତି ମୁଦ୍ଦା, ନଜର ପକାଇବା।

Advertisment

ପାନୀୟ ଜଳ, ଗମନାଗମନ, ଟ୍ରାଫିକ, ପ୍ରଦୁଷଣ ଭଳି ଦୈନନ୍ଦିନ ସମସ୍ୟା ସହ ନିଯୁକ୍ତି,ବିସ୍ଥାପନ, ଶ୍ରମିକଙ୍କ ଅସୁବିଧା, ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆଦି ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରସଙ୍ଗ। ତେବେ ପାରାଦୀପବାସୀଙ୍କ ଏସବୁ ଦାବି ଓ ଅନୁରୋଧ ଆଜି ବି ଅଣଦେଖା ହୋଇ ଆସୁଥିବା ଅଭିଯୋଗ ହୁଏ। ମୁଖ୍ୟତଃ ବନ୍ଦର ନଗରୀକୁ ନେଇ ଗଠିତ ଏ ଶିଳ୍ପ ସମୃଦ୍ଧ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନଥିବାର ଅଭିଯୋଗ କାଲି ବି ଥିଲା, ଆଜି ବି ଅଛି।

ସେହିଭଳି ଏ ସହରରେ ରହୁଥିବା ପ୍ରାୟ ୨୫ ହଜାରରୁ ଅଧିକ ଶ୍ରମିକ ହିଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣର ଏକ ପ୍ରମୁଖ ଭୂମିକା ତୁଲାଇଥାନ୍ତି । ତେଣୁ ଏମାନଙ୍କ କଲ୍ୟାଣ ସବୁବେଳେ ନେତାଙ୍କ ପାଇଁ ଅଗ୍ରାଧିକାର ପ୍ରସଙ୍ଗ ଭାବେ ସ୍ଥାନ ନେଇଛି। ବିରୋଧୀଙ୍କ ଅଭିଯୋଗ, ଦୀର୍ଘ ୪୦ ବର୍ଷ ଧରି ଗୋଟିଏ ପରିବାର ହାତରେ କ୍ଷମତା, ଏଠି ବିକାଶର ଗତି ଅବରୋଧ କରିଛିି। ସେଇ ପରିବାରରୁ ଖାଲି ନେତା ବଦଳିଛନ୍ତି ସିନା, କିନ୍ତୁ ଲୋକଙ୍କ ଜୀବନ ଧାରଣର ମାନରେ କୌଣସି ପରିବର୍ତ୍ତନ ଆସିନି।

Advertisment

ପାରାଦୀପ ମୁନିସିପାଲିଟିର ୧୧ଟି ୱାର୍ଡ, କୁଜଙ୍ଗ ବ୍ଲକର ୨୮ ଓ ତିର୍ତ୍ତୋଲ ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ ଏ ନିର୍ବାଚନମଣ୍ଡଳୀ। ଏଠାର ଭୋଟର ସଂଖ୍ୟା ୨ ଲକ୍ଷ ୩୧ ହଜାରରୁ ଅଧିକ। ଦେଶର ପ୍ରମୁଖ ବନ୍ଦର ଏବଂ ଆନ୍ତର୍ଜାତିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିଲେ ବି ପାରାଦୀପରେ ଗୋଟିଏ ଭଲ ଅତ୍ୟାଧୁନିକ ମେଡିକାଲର ସୁବିଧା ନାହିଁ।

ସମୁଦ୍ରକୂଳିଆ ଅଞ୍ଚଳ ହୋଇଥିବାରୁ ଲୁଣା ପାଣିର ସମସ୍ୟାରେ ବର୍ଷ ବର୍ଷ ଧରି ଜର୍ଜରିତ ପାରଦୀପ ବାସିନ୍ଦା। ଏଠି ଭୂତଳ ଜଳ ହ୍ରାସ ପାଉଛି, ନଳକୂଅରୁ ବାହାରୁଛି ଲୁଣା ଓ ଆଇରନ୍ ପାଣି। ତେଣୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବହୁ ପଞ୍ଚାୟତ ବାସିନ୍ଦାଙ୍କୁ ବର୍ଷ ସାରା ପିଇବା ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଆଉ ବର୍ଷା ଦିନେ ଦାଉ ସାଧେ, ଜଳବନ୍ଦୀ ସମସ୍ୟା।

Advertisment

ଲୋକଙ୍କ ଏ ଦୁର୍ଦ୍ଦଶାକୁ ପ୍ରତିଥର ମୁଦ୍ଦା କରନ୍ତି ବିଭିନ୍ନ ରାଜନୈତିକ ଦଳ। ଏଥିପାଇଁ ଅନେକ ପ୍ରତିଶ୍ରୁତି ବି ମିଳେ। କିନ୍ତୁ ଭୋଟ୍ ପରେ ସବୁ ଶୀତଳଭଣ୍ଡାରକୁ ଚାଲିଯାଏ। ନିର୍ବାଚନ ଆସୁଛି, ଯାଉଛି। ନେତା ଆସୁଛନ୍ତି ଯାଉଛନ୍ତି। କିନ୍ତୁ ସମସ୍ୟା ଯେଉଁଠି, ସେଇଠି । ସମସ୍ୟାର ପାହାଡ଼ ଉପରେ ଛିଡ଼ା ହୋଇଥିବା ପାରାଦୀପ ପାଇଁ ଭୋଟରଙ୍କ ନିଷ୍ପତ୍ତି କଣ, ତାକୁ ହିଁ ଅପେକ୍ଷା।

BJD BJP Congress Odisha Politics General Elections 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ