Advertisment

ପାରାଦୀପରେ ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର କ୍ରସ୍ ଭୋଟିଂ ସୂଚନା ମିଳିଛି । ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ ।

Paradeep Election- Cross-Voting

Paradeep Election- Cross-Voting

Advertisment

ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର କ୍ରସ୍ ଭୋଟିଂ ସୂଚନା ମିଳିଛି । ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ । ସେ ହୋଇଛନ୍ତି ପାରାଦୀପ ଉପାଧ୍ୟକ୍ଷା। ଛବିଲତାଙ୍କୁ ୧୦ଟି, ପ୍ରତିପକ୍ଷ ବିଜେଡିର ପ୍ରଭାତି ନାୟକଙ୍କୁ ୬ଟି ଭୋଟ୍ ମିଳିଛି ।

Advertisment

ବିଜେଡିର ୭ କାଉନସିଲର ଥିଲେ ବି ମିଳିଛି ୬ ଖଣ୍ଡ ଭୋଟ୍ । ବିଜେଡିର ଜଣେ କାଉନସିଲର କ୍ରସ୍ ଭୋଟିଂ କରିଥିବା ଅନୁମାନ କରାଯାଉଛି । ବିଜେଡି ଏଜେଣ୍ଟ ଦେଇନଥିବାରୁ କିଏ କ୍ରସ୍ ଭୋଟିଂ କଲେ ତାହା ସ୍ପଷ୍ଟ ହୋଇନି । ମୋଟ ୧୯ ୱାର୍ଡ ମଧ୍ୟରୁ ସ୍ୱାଧୀନ ସର୍ବାଧିକ ୮ଟି ୱାର୍ଡରେ ଜିତିଥିଲା ବେଳେ ବିଜେଡି ୭, ବିଜେପି ୩ ଓ କଂଗ୍ରେସ ଗୋଟିଏ ୱାର୍ଡରେ ଜିତିଥିଲେ ।

ପାରାଦୀପର ୧୯ଟି ୱାର୍ଡ ମଧ୍ୟରୁ ବାପି ସର୍ଖେଲଙ୍କ ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନରରେ ସର୍ବାଧିକ ୮ ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ହୋଇଛନ୍ତି। ସେହିପରି ବିଜେଡିର ୭ ଜଣ ପ୍ରାର୍ଥୀ କାଉନସିଲର ହୋଇଥିବା ବେଳେ ବିଜେପିର ୩ ଓ କଂଗ୍ରେସର ଜଣେ ପ୍ରାର୍ଥୀ କାଉନସିଲର ହୋଇଛନ୍ତି।

Advertisment

ବାପି ସର୍ଖେଲ ପୂର୍ବରୁ ଦାବି କରି ଆସୁଥିଲେ ଯେ ତାଙ୍କ ପାଖରେ ୮ ଯୁକ୍ତ ୧ କାଉନ୍‌ସିଲର ଅଛନ୍ତି। ସ୍ୱାଭାବିକ ଭାବେ ସେ ଏକମାତ୍ର କଂଗ୍ରେସ କାଉନ୍‌ସିଲରଙ୍କ ବିଷୟରେ କହୁଥିଲେ। ଆଉ ସେ ବି ଆଜି ଛବିଲତାଙ୍କ ସମର୍ଥନରେ ଭୋଟ୍ ଦେଇଥିବେ। କିନ୍ତୁ ଏହା ବାଦ୍‌ ଛବିଲତାଙ୍କୁ ଆଉ ଗୋଟିଏ ଭୋଟ୍ ମିଳିଥିବା ଜଣାପଡ଼ିଛି। ଆଉ ଏହି ଭୋଟ୍ ବିଜେଡିରୁ ଯାଇଥିବା ଜଣାପଡ଼ୁଛି। କାରଣ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ତାଙ୍କର ଉପାଧ୍ୟକ୍ଷ ପ୍ରାର୍ଥୀ ପ୍ରଭାତି ନାୟକଙ୍କ ସପକ୍ଷରେ ୬ଟି ଭୋଟ୍ ପଡ଼ିଛି। ଅନ୍ୟପକ୍ଷରେ ଛବିଲତା ୧୦ ଖଣ୍ଡ ଭୋଟ୍ ପାଇଛନ୍ତି। ତେବେ ବିଜେଡିର କେଉଁ କାଉନସିଲର ଛବିଲତାଙ୍କୁ ଭୋଟ୍ ଦେଲେ, ତାହା ଜଣାପଡ଼ି ନାହିଁ। କାରଣ ବିଜେଡି ନିର୍ବାଚନ ସମୟରେ ଏଜେଣ୍ଟ ନିଯୁକ୍ତ କରି ନଥିଲା।

ଉପାଧ୍ୟକ୍ଷ ପଦ ପାଇଁ ଭୋଟ୍ ହେବା ପୂର୍ବରୁ ବିଜେଡି ଏଜେଣ୍ଟ ନିଯୁକ୍ତ କରି ନଥିବା ଜଣାପଡ଼ିଥିଲା। ଆଉ ଏ ନେଇ ପ୍ରତିକ୍ରିୟା ରଖି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ ଆମର ଏଜେଣ୍ଟ ଦେବାର ଆବଶ୍ୟକତା ନାହିଁ। ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ଏଜେଣ୍ଟ ଦେବା କ’ଣ ଦରକାର? ଆମର କ୍ରସ୍ ଭୋଟିଂ ହେବାର ଚାନ୍ସ ନାହିଁ। ଏହା ସହିତ ସେ କହିଥିଲେ ଯେ ସେମାନଙ୍କର ସଂଖ୍ୟା ଅଧିକ ଅଛି। ସେମାନଙ୍କର ପସିବିଲିଟି ଅଧିକ। ଉପାଧ୍ୟକ୍ଷ ପଦ ନେଇ ସେମାନେ ଖୁସି ହେଲେ ହୁଅନ୍ତୁ।

Advertisment
Municipal Election 2022 Election- Cross-Voting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ