Advertisment

‘ପାଣ୍ଡିଆନ ବିଜେଡିରେ ମିଶିବା କିଛି ବଡ଼ କଥା ନୁହେଁ, କିନ୍ତୁ ତାମିଲନାଡ଼ୁରେ ଉତ୍ସବର ମାହୋଲ’

ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

ଅଦ୍ୟତନ ହୋଇଛି
Bijaya Pattnaik

Bijaya Pattnaik

Advertisment

ପାଣ୍ଡିଆନ ବିଜେଡିର ଯୋଗଦାନ କରିବାର କିଛି ନୂତନତ୍ୱ ନାହିଁ । ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର । ତାମିଲନାଡୁରେ ଏବେ ଉତ୍ସବ ପାଳନର ଏକ ଭିଡିଓ ବୁଲୁଛି । କାହିଁକି ନା ତାମିଲନାଡୁର ଜଣେ ବ୍ୟକ୍ତି ଏବେ ଓଡିଶା ରାଜନୀତିରେ ଶୀର୍ଷ ସ୍ଥାନକୁ ଯାଇଛନ୍ତି ।

Advertisment

ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

ସେହିପରି ବିଜେଡିର ବୋଧେ ଭ୍ୟାକୁମ କ୍ରିଏଟ୍ ହେଲାଣି । ତାମିଲନାଡୁରୁ ଓଡ଼ିଶାକୁ ଆସି ଏଠାରେ ନେତୃତ୍ୱ ନେବାରେ ଯେଉଁ ପ୍ରୟାସ ଚାଲିଛି, ଏଇଟା ଜଣେ ଓଡ଼ିଆ ହିସାବରେ ମୋତେ ଲଜ୍ଜିତ କରିଛି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

Advertisment

ଏପଟେ ପାଣ୍ଡିଆନ୍‌ଙ୍କ ବିଜେଡିରେ ଯୋଗଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଆଗରୁ ଲୁଚାଛପାରେ ଯେଉଁ କାମ କରୁଥିଲେ, ଏବେ ଖୋଲାରେ କରିବେ । କେତେ ଆସିଲେଣି ଆଉ ଗଲେଣି । କିଛି ପ୍ରଭାବ ପଡ଼ିବନି ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା । ଯାହା ନାଁରେ ଦଳ ହୋଇଛି, ସେହି ବିଜୁ ବାବୁ ସ୍ୱାଭିମାନୀ ଓଡ଼ିଆ ଥିଲେ । ତାଙ୍କ ଆତ୍ମା ଯେବେ ଦେଖୁଥିବ, ତାଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି ତାଙ୍କ ଆତ୍ମା କଷ୍ଟ ପାଉଥିବ । ଏସବୁ ଦେଖି ବିଜୁ ବାବୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଥିଲା, ସେହି ଦଳକୁ ଚଳାଇବା ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେ ନାହିଁ। 

Advertisment

ସେପଟେ ବିଜେଡିରେ ଯୋଗ ଦେବା ପରେ ଗଂଜାମ ଯାଇ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ପାଣ୍ଡିଆନ ଓ ମାଆଙ୍କ ଆଶୀର୍ବାଦ ନେଇଛନ୍ତି । ଭୁବନେଶ୍ୱରରୁ ସେ ସିଧା ଗଂଜାମର ତାରାତାରିଣୀ ପୀଠକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଥିଲେ ଅନେକ ବିଜେଡି ବିଧାୟକ ଓ ନେତା। ଗଂଜାମର ନେତାମାନେ କହିଛନ୍ତି, ଆଗାମୀ ନିର୍ବାଚନରେ ଯଦି ପାଣ୍ଡିଆନ ଗଂଜାମରୁ ପ୍ରତିନିଧିତ୍ୱ କରନ୍ତି, ତେବେ ଜିଲ୍ଲାର ବହୁ ଉନ୍ନତି ହେବ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ