Former MLA Pravat Biswal Faces Wrath Of People
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। ଚୌଦ୍ୱାର ବାଣୀପଦା ପଞ୍ଚାୟତରେ ପ୍ରଭାତ ବିଶ୍ୱାଳଙ୍କୁ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି।
ସୂଚନାଥାଉ କି, ପ୍ରଭାତ ବିଶ୍ୱାଳ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ। ମାତ୍ର ପଞ୍ଚାୟତରେ କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଲୋକମାନେ ବିରୋଧ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଗାଁରେ ନାନା ସମସ୍ୟା ଲାଗି ରହିଥିବା ବେଳେ ଲୋକେ ବାତ୍ୟା ‘ଫନି’ ସହାୟତା ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ପୂର୍ବତନ ବିଧାୟକ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643688723.jpg)