Panchayati Raj Department
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ଆଇନ ସଂଶୋଧନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଚିଠି କରିଛନ୍ତି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ପାଇଁ ନିୟମ ମୁତାବକ ସରଂକ୍ଷଣ ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କୁହାଯାଇଛି।
ନିଜ ନିଜ ଜିଲ୍ଲାର ଜନସଂଖ୍ୟା ଓ ପଞ୍ଚାୟତ ପରିସୀମାକୁ ଆଧାର କରି ଏନେଇ ସମ୍ପର୍କିତ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ୱାର୍ଡ ମେମ୍ବର, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଯାଏ ଏହାକୁ ଲାଗୁ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି ଏବଂ ମହିଳା ସଂରକ୍ଷଣ ଏଭଳି ୪ ଭାଗରେ ଥିବା ସରଂକ୍ଷଣ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନ କରିବାକୁ କୁହାଯାଇଛି।
Also Read
ବିଧାନସଭାରେ ଓଡ଼ିଶା ପଞ୍ଚାୟତ ଆଇନ୍ ସଂଶୋଧନ ଆଇନ୍ ପାରିତ ହେବା ପରେ ନିର୍ବାଚନ ନେଇ ବାଟ ଫିଟିଥିଲା। ଏହି ଆଇନ୍ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ମୋଟ୍ ସଂରକ୍ଷଣ ୫୦% ମଧ୍ୟରେ ରହିବ ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦% ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭% ମଧ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ ପେଶା ଆଇନ୍ କାର୍ଯ୍ୟକାରୀ ହେଉଥିବା ସିଡ୍ୟୁଲ୍ ଏରିଆରେ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
