ଆସୁଛି ପଞ୍ଚାୟତ ନିର୍ବାଚନ। କାହାକୁ ମିଳିବ କେତେ ସଂରକ୍ଷଣ?

ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ?

Panchayat election

News Summary

ପାଖେଇ ଆସୁଛି ନିର୍ବାଚନ

୫୦ ପ୍ରତିଶତରେ ରହିବ ତ ସଂରକ୍ଷଣ?

ଭୁବନେଶ୍ୱର: ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ ମୋହର ପରେ ଫିଟିଲା ର୍ନିବାଚନ ଲାଗି ବାଟ। ଆଇନ କାର୍ଯ୍ୟକାରୀ ହେଲେ ୫୦ ପ୍ରତିଶତରେ ସୀମିତ ରହିବ ସବୁ ସଂରକ୍ଷଣ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଅନ୍ତର୍ଗତ ଏହା କରାଯିବ। ତେବେ କେଉଁ ବର୍ଗକୁ ମିଳିବ କେତେ ପ୍ରତିଶତ ସଂରକ୍ଷଣ? ତାକୁ ନେଇ ଚର୍ଚ୍ଚା ମିଳିଥିବା ସୂଚନା ଅନୁସାରେ ଅନୁସୂଚିତ ଜନଜାତିଙ୍କୁ ୨୨.୫, ଅନୁସୂଚିତ ଜାତିଙ୍କୁ ୧୬.୨୫ ଏବଂ ଏସ୍ସିବିସିଙ୍କୁ ୧୧.୨୫ ପ୍ରତିଶତ ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି।

ପଞ୍ଚାୟତର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଜନସଂଖ୍ୟା ଆଧାରରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ ଜନସଂଖ୍ୟା ଅନୁସାରେ ସମିତି ସଭ୍ୟ ଓ ଜିଲାର ଜନସଂଖ୍ୟା ଅନୁସାରେ ଜିଲା ପରିଷଦ ଆସନ ସଂରକ୍ଷଣ କରାଯିବ। ଏହି ତିନି ବର୍ଗର ରାଜ୍ୟ ଜନସଂଖ୍ୟା ଅନୁଯାୟୀ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ମିଳିବ। କୌଣସି ଅଞ୍ଚଳରେ ଏସ୍ସି ଓ ଏସଟି ଜନସଂଖ୍ୟା କମ୍ ଥିଲେ ସେମାନଙ୍କ କୋଟାର ଅବଶିଷ୍ଟ ଆସନ ପଛୁଆ ବର୍ଗଙ୍କୁ ମିଳିବ କିନ୍ତୁ ପଛୁଆ ବର୍ଗଙ୍କ ସଂରକ୍ଷଣ ୨୭ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି।

ପୌର ଆଇନ ସଂଶୋଧନ ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ମାରିଛି। ଆଇନ ଲାଗୁ ହେଲା ପରେ ଅନୁସଚିତ ଜାତି, ଜିନଜାତି, ପଛୁଆ ବର୍ଗ ଜନସଂଖ୍ୟା ଆଧାରରେ ସଂରକ୍ଷଣ ମିଳିବ। କିଛି ସ୍ଥାନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିପାରେ। ଯେଉଁଠି ଏସ୍ସି ଓ ଏସ୍‌ଟିଙ୍କ ସଂଖ୍ୟା କମ୍ ସେଠାରେ ଏହି ବ୍ୟବସ୍ଥା ଲାଗୁ ହେବ। ସଂରକ୍ଷଣ ବ୍ୟବସ୍ଥାରେ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କହିଛି ବିଜେଡି।

ଏପଟେ ବିଜେଡି ଦଳୀୟସ୍ତରରେ ମଧ୍ୟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଟିକଟ ଦେବାକୁ ଘୋଷଣା କରିଛି। ତେବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ତିନି ଦଳ ସଜବାଜ ହେଉଥିବା ନେଇ ସୂଚନା ମିଳିଛି।