Advertisment

କୋଟିଆରେ ପଞ୍ଚାୟତ ନିର୍ବାଚନ ସରଗରମ: ପ୍ରାର୍ଥୀ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର।

Panchayat Election

Panchayat Election

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଦିନ କେଇଟା ପରେ କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ହେଲେ ଏପଟେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହାସହ ସୁପ୍ରିମକୋର୍ଟରେ ମାମଲା ବିଚାର ଚାଲିଛି। କିନ୍ତୁ ଏପଟେ ସବୁ ସୀମା ଟପିଲାଣି ଆନ୍ଧ୍ର। ପଟାଙ୍ଗୀ ଥାନା ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କୋଟିଆରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ପାଇଁ କିଏ କେଉଁଠି ପ୍ରତିଦ୍ୱନ୍ଦିତା କରୁଛନ୍ତି, ତାହାର ତଥ୍ୟ ମାଗିଥିଲା ଆନ୍ଧ୍ର। ସାଲୁର ସିଆଇ ଡି.ରୋହିନୀ ପତି, ରାମା ରାଓ ଓ ଇଶ୍ୱର ରାଓ ସହ ତାଙ୍କ ଟିମ୍। ତେବେ ପଟାଙ୍ଗୀ ପ୍ରଶାସନଠାରୁ ସେପରି କୌଣସି ସନ୍ତୋଷଜନକ ତଥ୍ୟ ନ ପାଇ ଏହି ଟିମ ଫେରି ଯାଇଥିବା ଜଣାପଡିଛି।

Advertisment

କୋଟିଆର ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାର ତାତି ଜୋର ଧରିଥିବା ବେଳେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବେ ରୋଚକ ସ୍ଥିତି। ଉଭୟ ଜିଲ୍ଲା ପରିଷଦ ଓ ସରପଞ୍ଚ ପାଇଁ ଏକାଧିକ ପ୍ରାର୍ଥୀ ନିର୍ବାଚନ ଦୌଡ଼ରେ ଥିବାରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ସ୍ଥିତି ଏବେ ସରଗରମ। ଗୋଟିଏ ପଟେ ସର୍ବଦଳୀୟ ପ୍ରାର୍ଥୀ ଅନ୍ୟ ପଟେ ସ୍ଵାଧୀନ ପ୍ରାର୍ଥୀ ପ୍ରଚାର ଚଲାଇଛନ୍ତି।

କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ କରିବାକୁ ଚାହୁଁଥିଲେ କୋରାପୁଟ ଜିଲ୍ଲାର ତୁଙ୍ଗ ନେତା। ଆନ୍ଧ୍ରକୁ କଡା ଜବାବ ଦେବାକୁ ଏଭଳି ରଣନୀତି ପ୍ରସ୍ତୁତ କରିଥିଲେ ସର୍ବଦଳୀୟ କମିଟି। ହେଲେ ପରେ ପ୍ରାର୍ଥୀ ଚୟନକୁ ବିରୋଧ କରି ଏକାଧିକ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ଓ ଜିଲ୍ଲା ପରିଷଦ ପଦ ପାଇଁ ଜଣେ ସ୍ୱାଧିନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥର କୋଟିଆରେ କିଏ ବାଜିମାତ କରିବ ତାହା କୋଟିଆର ୨୧ଖଣ୍ଡ ଗ୍ରାମବାସୀ ହାତରେ। ଗୋଟିଏ ପଟେ ସର୍ବଦଳୀୟ କମିଟିର ମନୋନୀତ ପ୍ରାର୍ଥୀ ମମତା ଜାନୀ ପ୍ରଚାର ମୈଦାନରେ ଓହ୍ଲାଇଥିବା ବେଳେ ସେପଟେ ପ୍ରଚାର କରିଛନ୍ତି ସ୍ଵାଧୀନ ପ୍ରାର୍ଥୀ ଟିକାଇ ଗେମେଲ। 

Advertisment

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର। ରାସ୍ତାକଡରେ ଡିଜିଟାଲ ସେବା ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ଅନ୍ୟ ସେବା ଯୋଗାଇବାକୁ ପ୍ରତିଦିନ କାର୍ଯ୍ୟ ଜାରି ରଖିଛି। ଆନ୍ଧ୍ରର ଏଜେଣ୍ଟଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୋଟିଆରେ ରହିଥିବା ମତଦାନକୁ ପ୍ରଭାବିତ କରିବାକୁ ଏହିମାନେ ଚେଷ୍ଟା ଜାରି ରଖିଥିବାବେଳେ କାହିଁକି ପୁଲିସ ଓ ଜିଲ୍ଲା ପ୍ରଶାସନ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ କୋଟିଆରେ ପ୍ରଚାର କରୁଥିବାବେଳେ କିଛି ପ୍ରାର୍ଥୀଙ୍କୁ ଆନ୍ଧ୍ର ଏଜେଣ୍ଟମାନେ ଧମକଚମକ ଦେଇଥିବା ଜଣାପଡିଛି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ କୌଣସି ପରିସ୍ଥିତିରେ କୋଟିଆରେ ବଳପୂର୍ବକ ନିର୍ବାଚନ ବନ୍ଦ କରାଇପାରିବ ନାହିଁ। ସମ୍ବିଧାନ ଅନୁସାରେ ଏହିଠାରେ ନିର୍ବାଚନ ହେବ ହିଁ ହେବ। ଆମେ ସବୁ ଦିଗକୁ ଦେଖି ପଦକ୍ଷେପ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।

Advertisment
Panchayat Election Kotia Agents
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ