Advertisment

Panchayat By-election Odisha: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍‌

ଜୁନ୍ ୨୩ ତାରିଖରେ ହେବ ପଞ୍ଚାୟତ ଉପ ନିର୍ବାଚନ । ୪୩ ପଞ୍ଚାୟତରେ ହେବ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
by election

by election

Advertisment

ଜୁନ୍ ୨୩ ତାରିଖରେ ହେବ ପଞ୍ଚାୟତ ଉପ ନିର୍ବାଚନ। ୪୩ ପଞ୍ଚାୟତରେ ହେବ ଉପନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜୁନ ୨୩ରେ  ମଧ୍ୟ ୩ ଜିଲ୍ଲାର ୫ ପଞ୍ଚାୟତରେ ଜିଲ୍ଲା ପରିଷଦ ପାଇଁ ଉପନିର୍ବାଚନ ହେବ। ଏଥିସହ ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ଓ ୨୭୨ ୱାର୍ଡସଭ୍ୟ ପାଇଁ ଭୋଟ୍ ହେବ ବୋଲି ଉଲ୍ଲେଖ ରହିଛି।

ଜୁନ ୨୩ ତାରିଖରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ୧ଟା ସରିବ। ଏଥିପାଇଁ ମେ’ ୨୨ରେ ନୋଟିଫିକେସନ୍ ପ୍ରକାଶ ପାଇବ । ୨୬ରୁ ୩୧ ମେ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ଏଥିସହ   ଜୁନ୍ ୨୪ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ ।

Advertisment

ସୂଚନାଯୋଗ୍ୟ, କେତେକ ସ୍ଥାନରେ କୌଣସି କାରଣ ପାଇଁ ସରପଞ୍ଚମାନେ ଇସ୍ତଫା ଦେଇଥିଲେ। ଏଥିପାଇଁ ଦୀର୍ଘ ଦିନ ହେବ ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଖାଲିଥିବା ସ୍ଥାନରେ ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

କେଉଁ ଜିଲ୍ଲାର କେଉଁ କେଉଁ ପଞ୍ଚାୟତରେ ହେବ ଉପନିର୍ବାଚନ ଆସନ୍ତୁ ଜାଣିବା-
ବଲାଙ୍ଗିର ଜିଲ୍ଲାର 
ବାକଟି 
ବେହେରାମୁଣ୍ଡ 
ବେଲପଡ଼ା 
ସିଲୁନ୍ 
ବାଲେଶ୍ବର ଜିଲ୍ଲାର 
ସରଦାରବନ୍ଧ 
ବରଗଡ଼ ଜିଲ୍ଲାର
ବରାହଗୋଡ଼ା
ତଲପାଲ୍ଲୀ 
ବୌଦ୍ଧ ଜିଲ୍ଲାର
ବାଣିହୁସେନପୁର
ଖୁଣ୍ଟିଗୋଡ଼ା 
କଟକ ଜିଲ୍ଲାର
ଶାଗଡାଲିଅ 
ଗଜପତି ଜିଲ୍ଲାର 
ବୋତାବା-ବୁଡ଼ୁରା
ଲାଇଲାଇ 
ଗଞ୍ଜାମ ଜିଲ୍ଲାର
ବୁଡ଼ୁରୁଙ୍ଗୁ 
କୁଡ଼ୁତାଇ 
ବୋରସିଂ
ଟାକରଡ଼ା 
ଗଙ୍ଗପୁର 
ଯାଜପୁର ଜିଲ୍ଲାର  
ଚୋରାମୁହଁ
ଜେନାପୁର 
ଝାରସୁଗୁଡ଼ା ଜିଲ୍ଲାର 
ସମସିଂହା 
କଳାହାଣ୍ଡି ଜିଲ୍ଲାର  
ବଡ଼ତେମିରୀ 
ସନ୍ତପୁର
କନ୍ଧମାଳ ଜିଲ୍ଲାର  
ଚକାପାଦ 
କିରିକୁଟି 
ଗୁଞ୍ଜିବାଡ଼ି 
କେରିଡ଼ି 
କେନ୍ଦ୍ରାପଡ଼ା ଜିଲ୍ଲାର
ଆଖୁଆଡ଼ାକିନି 
ଜୟନଗର 
ବଳିସାହିପାଟଣା 
କେନ୍ଦୁଝର ଜିଲ୍ଲାର
ମନୋହରପୁର 
ମୟୂରଭଞ୍ଜ ଜିଲ୍ଲାର
ଖନୁଆ 
ଜାମବାନି
ନୂଆଁ ଗାଁ 
ନବଙ୍ଗପୁର ଜିଲ୍ଲାର
କାଉଡୋଲା 
କୁଣ୍ଡେଇ 
ନୟାଗଡ଼ ଜିଲ୍ଲାର
କେନ୍ଦୁଢିପି
ଅରଡ଼ା 
ନୂଆପଡ଼ା ଜିଲ୍ଲାର
ବାବେବୀର
ଗଣ୍ଡମେର
ରାୟଗଡ଼ା ଜିଲ୍ଲାର
କଡ଼ମା 
ସରଧାପୁର 
ସମ୍ବଲପୁର ଜିଲ୍ଲାର
ବସନ୍ତପୁର 
ସୁବର୍ଣ୍ଣପୁର ଜିଲ୍ଲାର
ପାଇକବାହାଲ

Advertisment
Odisha Panchayat Election Byelections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ