ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଲା ପ୍ରତିଶ୍ରୁତି। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଏହି ସୂଚନା ଦେଇଛନ୍ତି। ବୈଠକରେ ଆଲୋଚନା ସଫଳ ହୋଇଥିବା କମିଟି ସଦସ୍ୟ କହିଛନ୍ତି।
ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି। ତେବେ ଏହାକୁ ବିଜେଡି ତାର ନିର୍ବାଚନ ଇସ୍ତାହାରରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ଦେଇଛି। ପଦ୍ମପୁର ଉପନିର୍ବାଚନ ପାଇଁ ଏଯାଏ ତିନି ପ୍ରମୁଖ ଦଳ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି।
ଏବେ ପୁଣିଥରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ଦାବି ଜୋର ଧରିଥିବା ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।