Padampur bypoll: Tension erupts after locals detain BJD workers for allegedly distributing money
ଭୋଟ୍ ଦେବ ପଦ୍ମପୁର। ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଗତକାଲିଠୁ ପ୍ରଚାର ସରିଥିବା ବେଳେ ବୁଥ୍ ମୁହାଁ ପୋଲିଂ ପାର୍ଟି। ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଭୋଟିଂ ଲାଗି ମୋଟ୍ ୩୧୯ଟି ବୁଥ୍ରୁ ୭୪ଟି ମାଓ ପ୍ରଭାବିତ ଅଞ୍ଚଳ ଏବଂ ୭୮ଟି ସମ୍ବେଦନଶୀଳ ବୁଥ୍ ରହିଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।
ଆସନ୍ତାକାଲିର ଭୋଟ୍ ପାଇଁ ମୋଟ୍ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା ହୋଇଛି। ସମସ୍ତ ପରିସ୍ଥିତି ଉପରେ ନଜର ରଖାଯିବା ସହ ଯେପରି ସୁରୁଖୁରରେ ଭୋଟ୍ ହେବ ସେ ନେଇ ଧ୍ୟାନ ଦିଆଯାଇଛି।
ଅନ୍ୟପକ୍ଷେ, ପଦ୍ମପୁର ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ପାଇକମାଳ ବ୍ଲକ୍ ଅନ୍ତର୍ଗତ ସରେଇକେଲା ଗାଁରେ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିକୁ ଗାଁ ଲୋକେ ଘେରି ଯାଇଥିଲେ। ୨ ଜଣ ବ୍ୟକ୍ତିଙ୍କୁ ଗାଁ ଲୋକେ ଅଟକ ରଖିଥିବାର ସୂଚନା ମିଳିଛି। ଭୋଟ୍ର ଦିନକ ପୂର୍ବରୁ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ସରେଇକେଲା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1670143129.jpg)