Advertisment

ପୁଣି OSSC ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ULB ଆକାଉଣ୍ଟାଣ୍ଟ ପରୀକ୍ଷାରେ ସିଲ୍ ଖୋଲା ପ୍ରଶ୍ନପତ୍ର

ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।

ଅଦ୍ୟତନ ହୋଇଛି
undefined

OSSC ULB accountant exam question paper leaked, allege aspirants

Advertisment

ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ପୁଣି ବିଭ୍ରାଟକୁ ନେଇ ବିବାଦ। ଅର୍ବାନ ଲୋକାଲ ବଡିର ଆକାଉଣ୍ଟାଣ୍ଟ ପଦବି ପାଇଁ OSSC ଦ୍ୱାରା ପରିଚାଳିତ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ଆଣି ଗର୍ଜିଛନ୍ତି ପରୀକ୍ଷାର୍ଥୀ। ରହସ୍ୟଜନକ ଭାବେ ସିଲ୍ ନଥିବା ପ୍ୟାକେଟରୁ ପ୍ରଶ୍ନପତ୍ର ବଣ୍ଟନ ଏବଂ ବିଳମ୍ବରେ ପରୀକ୍ଷା ଆରମ୍ଭକୁ ନେଇ ଅସନ୍ତୋଷ ଝାଡ଼ିବା ସହ କିଛି ପରୀକ୍ଷାର୍ଥୀ ପରୀକ୍ଷା ବର୍ଜନ କରିଛନ୍ତି। ଏ ସଂପର୍କରେ OSSC କୌଣସି ସ୍ପଷ୍ଟୀକରଣ ରଖିନଥିବା ବେଳେ ଏବେ ମୁଣ୍ଡ ଟେକିଛି ଆଉ ଏକ ବିବାଦ।

Advertisment

ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ  OSSC ଦ୍ୱାରା ଅର୍ବାନ ଲୋକାଲ୍ ବଡିର ଆକାଉଣ୍ଟାଣ୍ଟ ପଦବି ପାଇଁ ହେଉଥିଲା ପରୀକ୍ଷା। କିନ୍ତୁ ପରୀକ୍ଷା ଆରମ୍ଭ ହୋଇଥିଲା ୧୫ ମିନିଟ ବିଳମ୍ବରେ। କେବଳ ସେତିକି ନୁହେଁ, ପ୍ରଶ୍ନପତ୍ର ବଣ୍ଟନର ଯଥେଷ୍ଟ ଆଗରୁ ଅତି ରହସ୍ୟଜନକ ଭାବେ ସିଲ୍ ସମ୍ପୂର୍ଣ୍ଣ ଖୋଲାଥିଲା ବୋଲି ଅଭିଯୋଗ ଆଣି ଗର୍ଜିବା ସହ ୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ବର୍ଜନ କରିଛନ୍ତି। 

ପରୀକ୍ଷାର୍ଥୀଙ୍କ ଏହି ଅସନ୍ତୋଷ ଭିତରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ଏବଂ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ। ଉପଜିଲ୍ଲାପାଳ ୧୫ ମିନିଟ ପରୀକ୍ଷା ବିଳମ୍ବକୁ ସ୍ବୀକାର କରିବା ସହ କହିଛନ୍ତି, ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି। କୌଣସି SOP ଉଲ୍ଲଂଘନ ହୋଇନି କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। OSSC ଦ୍ୱାରା ପରିଚାଳିତ ଏହି ଆକାଉଣ୍ଟାଣ୍ଟ ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ. ଆଜି ରାଜ୍ୟର ୧୩୮ଟି କେନ୍ଦ୍ରରେ ପରୀକ୍ଷା ଦେଉଥିଲେ ପ୍ରାୟ ୫୦ ହଜାର ଆଶାୟୀ। 

Advertisment

କିନ୍ତୁ, ଭଦ୍ରକ ଭଳି ରାଜ୍ୟର ଅନେକ ସ୍ଥାନରୁ ପରୀକ୍ଷା ପରିଚାଳନାରେ ବିଭ୍ରାଟ ଅଭିଯୋଗ ଆସିଥିଲା। ବ୍ରହ୍ମପୁର ସ୍ଥିିତ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ହୋଇଥିବା ପରୀକ୍ଷାକେନ୍ଦ୍ରରୁ ବି ସମାନ ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, OSSC ଦ୍ୱାରା ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ଛପାଇବା, ସୁରକ୍ଷିତ ରଖିବା ଏବଂ ବଣ୍ଟନ ଦାୟିତ୍ବରେ ଜଣେ ବେଞ୍ଚ କ୍ଲର୍କ ଥାନ୍ତି। ତେବେ ଏକାଧିକ ସ୍ଥାନରେ ୧୫ ମିନିଟ୍ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବା ପଛର କାରଣ କ’ଣ ? ଆଗୁଆ କାହିଁକି ପ୍ରଶ୍ନପତ୍ର ପ୍ୟାକେଟର ସିଲ୍ ଖୋଲାଯାଇଥିଲା? JE ସିଭିଲ୍ ମେନ୍ ପରୀକ୍ଷା ଭଳି ULB ଆକାଉଣ୍ଟାଣ୍ଟ ପରୀକ୍ଷାରେ କୌଣସି ଅସାଧୁ କାରବାର ହୋଇନି ତ? ଏଭଳି ନାନା ପ୍ରଶ୍ନ ଭିତରେ OSSCର ଏଭଳି ପରୀକ୍ଷା ପରିଚାଳନାକୁ ତୀବ୍ର ସମାଲୋଚନା କରିଛନ୍ତି ଶିକ୍ଷାବିତ୍।

OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ