Advertisment

ହାଇକୋର୍ଟ ଗଲେ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍‌ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍‌ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି।

ORHDC corruption case: Congress MLA Mohammed Moquim moves Orissa High Court

ORHDC corruption case: Congress MLA Mohammed Moquim moves Orissa High Court

Advertisment

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଛନ୍ତି ମୋକିମ୍‌। ORHDC ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। 

Advertisment

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମ୍‌ଙ୍କୁ ଦଣ୍ଡାଦେଶ ଦେଇଥିଲେ। ଫଳରେ ମୋକିମ୍‌ଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ହେଲେ ଏବେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରୁ ରହିତାଦେଶ ମିଳିଲେ ସେ ସଦସ୍ୟ ପଦ ବଜାୟ ରଖିପାରିବେ।

ଖାଲି ସେତିକି ନୁହେଁ ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ। ଏହି ଘଟଣାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ଏହାସହ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ବି ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ସମସ୍ତ ୪ ଜଣଙ୍କୁ ଜେଲ୍ ସହ ୫୦ ହଜାର ଟଙ୍କା ଲେଖାଏ ଭିଜିଲାନ୍ସ କୋର୍ଟ ଜରିମାନା ଆଦେଶ ଦେଇଛନ୍ତି।

Advertisment

ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ORHDC ଏମ୍‌ଡି ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମା । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ORHDC।

Mohammed Moquim ORHDC Corruption Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ