Advertisment

ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ TRSର ସମର୍ଥନ

Yashwant Sinha

Yashwant Sinha

Advertisment

ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନପତ୍ର ଦାଖଲ କରିବେ ବିରୋଧୀ ମେଣ୍ଟ ଦଳର ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା । ନାମାଙ୍କନ ପରେ ସେ ନିଜ ସପକ୍ଷରେ ସମର୍ଥନ ଲୋଡ଼ିବାକୁ ବିଭିନ୍ନ ରାଜ୍ୟ ଗସ୍ତ କରିପାରନ୍ତି । ପୂର୍ବରୁ ସେ ତୃଣମୂଳ କଂଗ୍ରେସ ଦଳରେ ରହିଥିଲେ । ୟଶଓ୍ୱନ୍ତ ସିହ୍ନା ବିରୋଧୀ ପ୍ରାର୍ଥୀ ଭାବେ ଘୋଷଣା ପରେ ସେ ତୃଣମୂଳ କଂଗ୍ରେସ ଛାଡିଛନ୍ତି ।

Advertisment

ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଟିଏମସି, ଏନସିପି, ଶିବସେନା, ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍, ଡିଏମକେ, ଆରଜେଡି, ଏସପି, ନ୍ୟାସନାଲ କନ୍ଫରେନ୍ସ, ପିଡିପି, ଜେଡିଏସ୍, ଆରଏଲଡି, ଆରଏସପି ଏବଂ ଆଇୟୁଏମ୍ଏଲର ସମର୍ଥନ ରହିଛି । ଯଶୱନ୍ତ ସିହ୍ନାଙ୍କୁ TRS ବି ଦେବ ସମର୍ଥନ । ସମର୍ଥନ ଘୋଷଣା ସହ ଆଜି ନାମାଙ୍କନ ଦାଖଲ ବେଳେ ପ୍ରସ୍ତାବକ ରହିବା ନେଇ ସୂଚନା ମିଳିଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ TRS କାର୍ଯ୍ୟକାରୀ ସଭାପତି କେ.ଟି ରାମାରାଓ ଉପସ୍ଥିତ ରହିବେ । ଯଶୱନ୍ତଙ୍କ ବିରୋଧରେ ଏନଡିଏର ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଗତ ୨୪ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ନିଜ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ।

Advertisment
Presidential Candidate Yashwant Sinha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ