Advertisment

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଲଟିଛି ବିଜେଡିର ପାର୍ଟି ଅଫିସ୍

ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି।

undefined

Opposition parties target BJD

Advertisment

ବଦଳିଗଲା କି ବିଜେଡି କାର୍ଯ୍ୟାଳୟର ଠିକଣା ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାଜିଛି କି ପାର୍ଟି ଅଫିସ୍ ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁହାଁ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କଠୁ ନେଇ ନେତା, ବିଧାୟକ, ମନ୍ତ୍ରୀ ଗଲେ, ମିଟିଂ ସାରି ଫେରିଲେ। ଏପଟେ ଭାଇରାଲ୍ ହେଉଥିବା ବିଜୁ ଛାତ୍ର ଓ ଯୁବ ଜନତା ଦଳର ଏକାଧିକ ନେତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟସବୁରେ ଲେଖାଯାଇଛି- ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀଙ୍କୁ ଭିସିରେ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଲେ। ଖାଲି ମିଟିଂ ନୁହେଁ ଏଇଠି ଦଳର ଷ୍ଟ୍ରାଟେଜି ତିଆରି ହେଉଛି ବୋଲି ସୋସିଆଲ୍ ମିଡିଆରେ ଜୋରସୋର୍‌ରେ ପ୍ରଚାର କରୁଛନ୍ତି ଛାମୁଆ ନେତା।

Advertisment

ଆଜି କାଲି ନୁହେଁ, ଗତ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ବିଜେଡି ବୈଠକ। ଲୋକଙ୍କ ହାରି ଗୁହାରି ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଠାକୁ ଆସୁନଥିଲା ବେଳେ ଦଳୀୟ ବୈଠକ କିନ୍ତୁ ରୀତିମତ ଚାଲିଛି ଯାହାକୁ ନେଇ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

ଏପଟେ ଜୋରସୋରରେ ଚାଲିଛି ବିଜେଡି ପାର୍ଟି ଅଫିସ୍ ନିର୍ମାଣ କାମ। ଗତବର୍ଷ ରଥଯାତ୍ରାରେ ଏହାର ଭିତ୍ତି ପକାଇଥିଲେ ମୁଖ୍ୟମନ୍ତ୍ରୀ ଦୁଇଟି ସରକାରୀ କ୍ୱାର୍ଟର V2/1 ଓ V2/2କୁ ବିଜେଡି ପାର୍ଟି ଅଫିସ ପାଇଁ ଦିଆଯାଇଛି। ତେଣୁ ସେହି ସ୍ଥାନରେ ନୂଆ କାର୍ଯ୍ୟାଳୟ ପାଇଁ ନିର୍ମାଣ ଚାଲିଛି। ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟ୍ଟାଳିକା ଯେଉଁଥିରେ ରହିଛି କନଫରନେସ୍ ହଲ, ସଭାପତିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ଛାମୁଆ ସଙ୍ଗଠନ ଗୁଡ଼ିକ ପାଇଁ ଭିନ୍ନ ଭିନ୍ନ କଠୋରୀ ଓ ପ୍ରେସ୍ବ୍ରିଫିଂ ପାଇଁ ବି ବ୍ୟବସ୍ଥା। ଏଥିସହ ଜିଲ୍ଲାସ୍ତରରେ ମଧ୍ୟ ବିଜେଡି କାର୍ଯ୍ୟାଳୟ ଲାଗି ଜାଗା ଚିହ୍ନଟ ହୋଇଛି।

Advertisment

ସେପଟେ ବିଜେପି ବି ପଛରେ ନାହିଁ। ଦଳୀୟ କାର୍ଯ୍ୟାଳୟର ସଂପ୍ରସାରଣ ପାଇଁ ବିଜେପିକୁ ସରକାରୀ କ୍ୱାର୍ଟର 4R2/1, 4R2/2କୁ ଯୋଗାଇ ଦିଆଯାଇଛି। ସେଠାରେ ବି ଖୁବଶୀଘ୍ର ଅତ୍ୟାଧୁନିକ ଷ୍ଟାଇଲ୍‌ରେ ପାର୍ଟି ଅଫିସ୍ ନିର୍ମାଣ ହେବ। ଏଥିସହ ପ୍ରାୟ କିଛି ସ୍ଥାନରେ ଦଳର ଜିଲ୍ଲା କାର୍ଯ୍ୟାଳୟ ନିର୍ମାଣ ସରିଯାଇଛି, କିଛି ସ୍ଥାନରେ ଚାଲିଛି ସେପଟେ କଂଗ୍ରେସ କହିଛି ପୁରୁଣା କାର୍ଯ୍ୟାଳୟ ଯେଉଁଠି ଅଛି ସେଇଠି ପାର୍ଟି ଅଫିସ୍ ଚାଲିଛି।

ରାଜଧାନୀ ମଝିରେ ସରକାରୀ କ୍ୱାର୍ଟରକୁ ନେଇ ଦଳୀୟ କାର୍ଯ୍ୟାଳୟ ନିର୍ମାଣରେ ଯେମିତି ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି ଉଭୟ ବିଜେଡି ଓ ବିଜେପି। ଲମ୍ବା ସମୟ ଧରି ରାଜନୀତି ଲକ୍ଷ୍ୟରେ ଦୁଇ ଦଳ ଏଭଳି ପାର୍ଟି ଅଫିସ୍ ବନୋଉଥିବା ଚର୍ଚ୍ଚା ହେଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେବେ ଦଳୀୟ କବଜାରୁ ମୁକୁଳୁଛି ତାକୁ ହିଁ ଅପେକ୍ଷା।

Advertisment

ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ 

Opposition Parties Target BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ