Advertisment

୨୪ ପାଇଁ ବିରୋଧୀଙ୍କ ନିର୍ବାଚନ ପ୍ରସ୍ତୁତି: ଏକଜୁଟ ହେଲେ ୧୫ ଦଳର ୨୭ ନେତା

ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।

ଅଦ୍ୟତନ ହୋଇଛି
Opposition parties gather 2024 general election

Opposition parties gather 2024 general election

Advertisment

ବିହାରରେ ଚାଲିଥିବା ବିରୋଧି ଦଳଙ୍କ ମହାବୈଠକ ଶେଷ ହୋଇଛି। ଏଥିରେ ଭାଗ ନେଇଥିବା ବିରୋଧି ଦଳ ରାଜନେତାମାନେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବୈଠକରେ ସାମିଲ ହୋଇଥିବା ସମସ୍ତ ନେତାଙ୍କ ସହମତି ନେଇ ଆସନ୍ତା ଜୁଲାଇ ୧୨ରେ ଆଗାମୀ ବୈଠକ ସିମଲାରେ ହେବ ବୋଲି ନିଷ୍ପତ୍ତି ହୋଇଛି। ବିରୋଧି ଦଳଙ୍କ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Advertisment

ଆଜି ପାଟନାରେ ୧୫ ବିରୋଧି ଦଳଙ୍କୁ ନେଇ ଏହି ବୈଠକ ହୋଇଥିଲା। ଏଥିରେ ମମତା ବାନାର୍ଜୀ, ଅରବିନ୍ଦ କେର୍ଜିୱାଲ, ଭଗବନ୍ତ ମାନ, ଏମ କେ ଷ୍ଦାଲିନଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଅଖିଳେଶ ଯ଼ାଦବ,ଉଦ୍ଦବ ଠାକେର, ମେହବୁବା ମୁଫିତ ସମେତ ୫ଟି ରାଜ୍ୟର ପୂର୍ବ ମୁଖ୍ୟମନ୍ତରୀ ସାମିଲ ହୋଇଥିଲେ। ରାହୁଲ ଗାନ୍ଧୀ ଓ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରୁ ହଟେଇବା ପାଇଁ ଆଲୋଚନା ହୋଇଥିଲା।

ବୈଠକ ପରେ ବିରୋଧି ଦଳ ପକ୍ଷରୁ ପ୍ରେସମିଟ୍ କରାଯ଼ାଇଥିଲା। ଏଥିରେ ସମସ୍ତ ବିରୋଧି ଦଳ ନେତାଙ୍କ ପକ୍ଷରୁ କୁହାଯ଼ାଇଥିଲା ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ବିରୋଧି ଦଳ ଏକଜୁଟ ଅଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି ସମସ୍ତେ ମିଶି ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛୁ। ଆଗମୀ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯ଼ିବ। କିଏ କେଉଁଠୁ ନିର୍ବାଚନ ଲଢିବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯ଼ିବ। କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଆଗାମୀ ବୈଠକ ସିମଲାରେ ଆମେ କିଛି ନୂଆ ଏଜେଣ୍ଡା ଆଣିବୁ। ସବୁ ରାଜ୍ୟରେ କିଭଳି ଭିନ୍ନ ଭିନ୍ନ କୌଶଳରେ କାର୍ଯ଼୍ୟ ହେବ ସେ ନେଇ ପ୍ରସ୍ତୁତ ଚାଲିଛି।

Advertisment

ଅନ୍ୟ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଭାଜପା ଏବଂ ଆର ଏସ୍ ଏସ୍ ଦେଶର ମଙ୍ଗଳ ପାଇଁ କାମ କରୁନାହାନ୍ତି। ଏକ ନିର୍ଦ୍ଧିଷ୍ଟ ବିଚାରଧାରାରେ କାମ କରୁଛନ୍ତି ଯ଼ାହା ଦେଶ ପାଇଁ ମଙ୍ଗଳ ନୁହେଁ।

ମହାବୈଠକରେ ୨୭ ନେତା ସାମିଲ:

ପାଟନାର ଏହି ବୈଠକରେ ୧୫ ବିରୋଧି ଦଳର 27ଜଣ ରାଜନେତା ସାମିଲ ହୋଇଥିଲେ। ଏହି ନେତାମାନେ ହେଲେ ନିତିଶ କୁମାର (JDU), ମମତା ବାନାର୍ଜୀ(AITC), ଏମ୍ କେ ଷ୍ଟାଲିନ(DMK), ମଲ୍ଲିକାର୍ଜୁନ ଖଡଗେ(CONGRESS), ରାହୁଲ ଗାନ୍ଧୀ(CONGRESS), ଅରବିନ୍ଦ କେର୍ଜିଓ୍ବାଲ(AAP), ହେମନ୍ତ ସୋରେନ(JMM), ଉଦ୍ଧବ ଠାକରେ(SSUBT), ଶରଦ ପାଓ୍ବାର(NCP), ଲାଲୁପ୍ରସାଦ ଯ଼ାଦବ(RJD), ଭଗବନ୍ତ ମାନ୍(AAP), ଅଖିଳେଶ ଯ଼ାଦବ (SP), କେସି ବେନୁଗୋପାଳ(CONGRESS), ସୁପ୍ରିୟା ସୁଲେ(NCP), ମନୋଜ ଝା(RJD), ଫିରହାଦ ହାକିମ(AITC), ପ୍ରଫୁଲ ପଟେଲ (NCP), ରାଘବ ଚଢ୍ଢା(AAP), ସଂଞ୍ଜୟ ସିଂ(AAP), ସଞ୍ଜୟ ରାଉତ(SSUBT), ଲାଲନ ସିଂ(JDU), ସଂଞ୍ଜୟ ଝା(RJD), ସୀତାରାମ ୟେଚୁରୀ(CPIM), ଉମର ଅବଦୁଲ୍ଲା(JKNC), ଟି ଆର ବାଲୁ(DMK), ମେହେବୁବା ମୁଫିତ୍(PDP), ଦୀପଙ୍କର ଭଟାଚାର୍ଯ଼୍ୟ(CPIML), ତେଜ୍ବସୀ ଯ଼ାଦବ(RJD), ଅଭିଷେକ ବାନାର୍ଜୀ(AITC), ଆଦିତ୍ୟ ଠାକେର(SSUBT), ଡେରେକ ଓ ବ୍ରାଏନ(AITC)ଏବଂ ଡି ରାଜା (CPI)।

Advertisment

ରିପୋର୍ଟ: ମନୋଜ ମହାନ୍ତି

Opposition Parties 2024 Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ