Advertisment

ସଂସଦରେ ଥମୁନି ମଣିପୁର ତାତି, ସଦନ ଭିତରେ ଓ ବାହାରେ ବିରୋଧୀଙ୍କ ପ୍ରତିବାଦ

ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।

ଅଦ୍ୟତନ ହୋଇଛି
Parliament Monsoon Session Live Updates

Parliament

Advertisment

ସଂସଦରେ ଥମୁନି ମଣିପୁର ତାତି । ସଦନ ଭିତରେ ଓ ବାହାରେ ମଣିପୁର ହିଂସାକୁ ନେଇ ଦେଖିବାକୁ ମିଳିଛି ବିରୋଧ । ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦାବି କରି ସାଂସଦମାନେ ଗତ ରାତିରେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Advertisment

ହାତରେ 'India for Manipur', ପ୍ଲାକାର୍ଡ ଧରି କଂଗ୍ରେସ, ଆପ୍, ଟିଏମ୍‌ସିର ସାଂସଦମାନେ ସଂସଦ ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ରହିଥିଲେ । ମଣିପୁର ପ୍ରସଙ୍ଗ ଏବଂ ଆପ୍ ସାଂସଦ ରାଜ୍ୟସଭାରୁ ସସପେଣ୍ଡ ହେବା ପ୍ରତିବାଦରେ ବିରୋଧୀ ସାଂସଦମାନେ ସଦନ ବାହାରେ ରାତିରେ ଧାରଣା ଦେବା ସହ ନାରାବାଜି କରିଥିବା ଦେଖିବାକୁ ମିଳିଛି ।

ରାଜ୍ୟସଭାରେ ସଭାପତିଙ୍କ ସହ ଯୁକ୍ତି କରିବା ଏବଂ ଆଦେଶ ପାଳନ ନକରିବା ଯୋଗୁଁ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରିଛନ୍ତି ।..

Advertisment

ଅନ୍ୟପଟେ ଗତକାଲି ପ୍ରଶ୍ନକାଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଆମେ ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛୁ । ହେଲେ ବିରୋଧୀ ଏହା ଉପରେ କାହିଁକି ଚର୍ଚ୍ଚା କରିବାକୁ ଚାହୁଁନାହାନ୍ତି ଜଣାପଡୁନାହିଁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦେଶ ସତ୍ୟ ଜାଣିବା ଜରୁରୀ । ତେଣୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀଙ୍କୁ ଅନୁରୋଧ କରୁଛି ବୋଲି ଶାହ କହିଥିଲେ।...

Parliament Protests Monsoon Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ