Advertisment

ପ୍ରଧାନମନ୍ତ୍ରୀଙ୍କୁ ୯ ବିରୋଧୀ ଦଳ ନେତାଙ୍କ ଚିଠି : ED-CBIର ଅପବ୍ୟବହାର ହେଉଥିବା ଅଭିଯୋଗ

ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି । ଆପ୍ ସମେତ ୮ଟି ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ED-CBI ପରି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ଆଇନ ବିରୋଧୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଏହି ଚିଠିରେ ଉଲ୍ଲେଖ ରହିଛି ।

Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାୟ, ଜେକେଏନସି ପ୍ରମୁଖ ଫାରୁକ ଅବଦ୍ଦୁଲା,ତୃଣମୃଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଂଜାବ ମୁଖମନ୍ତ୍ରୀ ଭଗୱନ୍ତ ସିଂହ ମାନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ସ୍ୱାକ୍ଷର ଥାଇ ଏହି ଚିଠି ଲେଖାଯାଇଛି । ସବୁଠୁ ବଡ଼ କଥା ହେଉଛି ଏହି ଚିଠିରେ କଂଗ୍ରେସ ଦଳ ସାମିଲ ହୋଇନି ।

Advertisment

ବିନା କାରଣରେ ସିସୋଦିଆଙ୍କୁ ଗିରଫ କରାଯାଇଛି । ବିନା ପ୍ରମାଣରେ କିପରି ସିବିଆଇ ତାଙ୍କୁ ଗିରଫଦାରୀ କଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଖାଲି ସେତିକି ନୁହେଁ, ୨୦୧୪ ପରେ ବିରୋଧୀଙ୍କୁ ଟାଗେର୍ଟ କରି କେନ୍ଦ୍ରୀୟ ଏଜନସିଙ୍କ ଏହି ଆଭିମୁଖ୍ୟ ଏବେ ଗଣତନ୍ତ୍ରକୁ ସଙ୍କଟରେ ପକାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏନସିପି, ଟିଏମସି, ସମାଜବାଦୀ ପାର୍ଟି ନେତାଙ୍କ ଉପରେ ହୋଇଥିବା ବିଭିନ୍ନ ସମୟରେ ଇଡି, ଆଇଟି, ସିବିଆର ରେଡ୍ ଓ ଗିରଫଦାରୀକୁ ଉଦାହରଣ ଆକରରେ ବି ଚିଠିରେ ଲେଖାଯାଇଛି । ଏବେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି ।

ସୂଚନାଯୋଗ୍ୟ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାକୁ ନେଇ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଆୟକର ବିଭାଗ ପୂର୍ବରୁ ମାମଲା ଦାଏର କରିବା ସହ ଯାଞ୍ଚ କରିଛି । ଏବେ ଦିଲ୍ଲୀରେ ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ବିବାଦ ତେଜିବାରେ ଲାଗିଛି ।

Advertisment
PM Modi Opposition Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ