Advertisment

ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା; କିସ୍ତି ଦେବେ ନା ପେଟ୍ରୋଲ ଭରିବେ ?

SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର ? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି। ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ ।

ଅଦ୍ୟତନ ହୋଇଛି
undefined

SHG Groups

Advertisment

SHGଙ୍କୁ ଭଣ୍ଡେଇ ଦେଲେ କି ରାଜ୍ୟ ସରକାର ! ଇଲେକ୍ଟ୍ରି କହି ଧରାଇଦେଲେ ପେଟ୍ରୋଲ ସ୍କୁଟର । ଦରମା ଯେତିକି କିସ୍ତି ସେତିକି, ତାପରେ ପୁଣି ପେଟ୍ରୋଲ ଖର୍ଚ୍ଚ । ରାଜ୍ୟ ସରକାରଙ୍କ ୨୩-୨୪ର ଏହି ବଜେଟ୍‌ରେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଗୋଷ୍ଠୀର ଇସି ସଦସ୍ୟଙ୍କୁ ବୈଦ୍ୟୁତିକ ସ୍କୁଟର ପାଇଁ ୫୦ କୋଟି ବ୍ୟୟବରାଦ କରିଥିଲେ ସରକାର । ହେଲେ କାର୍ଯ୍ୟକାରୀ ବେଳେ ହଠାତ୍ ବଦଳିଗଲା ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ପେଟ୍ରୋଲ ସ୍କୁଟର । ଯଦିଓ ସୁଧ ସରକାର ଦେବେ ହେଲେ ମାସିକିଆ ଋଣ କିସ୍ତିକୁ ପୁଣି ତେଲ ଖର୍ଚ୍ଚ ।

Advertisment

ମାତ୍ର ୩ ରୁ ୭ ହଜାର ଟଙ୍କା ଦରମା ପାଉଥିବା CRP, MBK, ବ୍ୟାଙ୍କ ମିତ୍ର କେମିତି ଶୁଝିବେ ତାକୁ ନେଇ ଟେନ୍‌ସନରେ । ଏଠି ପ୍ରଶ୍ନ ଉଠୁଛି ପ୍ରଶ୍ନ କାହିଁକି ବଦଳିଲା ବଜେଟ ନିଷ୍ପତ୍ତି । ଥରେ ବିଧାନସଭାରେ ସରକାର ପାରିତ କରି ସାରିବା ପରେ କାହା ନିର୍ଦ୍ଦେଶରେ ବିଧାନସଭା ବାହାରେ ଏହାକୁ ପରିବର୍ତ୍ତନ କରାଗଲା?

ବଡ଼ କଥା ହେଉଛି ଯଦି ଇଲେକ୍ଟ୍ରି ସ୍କୁଟର ପାଇଥାନ୍ତେ ତାହେଲେ ତେଲ ଖର୍ଚ୍ଚ ବଞ୍ଚିବା ସହ ସବସିଡି ବି ହାତେଇଥାନ୍ତେ ମିଶନ ଶକ୍ତି ହିତାଧିକାରୀ । କାହିଁକି ନା ସବସିଡି ଘୋଷଣା କରି ଇଲେକ୍ଟ୍ରି ଗାଡ଼ିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ଏମିତି କି ସରକାରୀ ଗାଡ଼ି ଗୁଡ଼ିକ ଇଲେକ୍ଟ୍ରି ଗାଡ଼ି ଆଣିବାକୁ ନିଷ୍ପତ୍ତି ହୋଇଛି । ତେଣୁ ସୁଧ ରିହାତି ସହ ସ୍କୁଟର ପିଛା ୨୦ ହଜାର ଟଙ୍କା ଲେଖାଁଏ ସବସିଡି ପାଇଥାନ୍ତେ ହିତାଧିକାରୀ ।

Advertisment

ଖାଲି ସେତିକି ନୁହେଁ ଏସଏଚଜିଙ୍କ ପାଇଁ ବଡ ଟେନସନ ହେଉଛି ଡ୍ରାଇଭିଂ ଲାଇସେନ୍ସ କରିବା । ହୁଏତ ଇଭି ହୋଇଥିଲେ ସେ ଟେନସନ ବି ନଥାନ୍ତା । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି କହିଛି SHGଙ୍କୁ ଭଣ୍ଡାଇଛନ୍ତି ବିଜେଡି ସରକାର । କଂଗ୍ରେସ କହିଛି ସରକାର ଯାହା କୁହନ୍ତି ତାହା କରନ୍ତିନି ।

ମିଶନ ଶକ୍ତି ସ୍କୁଟି ଯୋଜନାରେ ୨ ଲକ୍ଷ ସ୍କୁଟି ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । CRP, MBK, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ରମାନେ ଏଥିରେ ସାମିଲ ଅଛନ୍ତି ।

Advertisment
Electric Scooter Odisha Politics SHG Groups
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ