Advertisment

'ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା'

ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

Niranjan Patnaik

Niranjan Patnaik

Advertisment

ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ ବୋଲି ତାରା କହିଛନ୍ତି।

Advertisment

ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ନେତା ଶୃଙ୍ଖଳିତ ହେଲେ କଂଗ୍ରେସ ସୁଦୃଢ଼ ହେବ। କଂଗ୍ରେସରେ ଯେମିତି ଶୃଙ୍ଖଳା ରହିବା କଥା ତାହା ରହିଲାନି । ପରିବାର ଭଳି ଦଳ ଭିତରେ ଶୃଙ୍ଖଳା ରହିଲେ ଦଳ ସୁଦୃଢ଼ ରହିବ । ଦଳକୁ ଶୃଙ୍ଖଳିତ କରିବାକୁ ହେଲେ ଆଗ ନେତା ଶୃଙ୍ଖଳିତ ହେବା ଦରକାର । ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା । ସାଧୁତା ଏବଂ ଆନ୍ତରିକତା ନଥିଲେ ଦଳ ଦୃଢ଼ ହେବନି’ ବୋଲି ସେ କହିଛନ୍ତି ।

ଏପଟୋ ତାରା ବାହିନୀପତି କହିଛନ୍ତି ଯେ, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ। ଦଳ ଦମ୍‌ ଦେଖାଇ ପାରିବ। ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ। ବିଧାୟକଙ୍କ ସହ ଆଲୋଚନା କରି କ’ଣ କରାଯିବ ସେ ନିଷ୍ପତ୍ତି ନେବୁ। ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଯେ, ଓଡିଶା, ୟୁପି ଓ ବିହାରରେ କଂଗ୍ରେସ ଏକାକୀ ଲଢୁ। ଏହା ଉଚିତ୍‌ ପରାମର୍ଶ। ଏପରି ହେଲେ କଂଗ୍ରେସ ସଫଳ ହେବ ବୋଲି ତାରା କହିଛନ୍ତି।

Advertisment

ତାରାଙ୍କ ସହ ସ୍ୱର ମିଶାଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ବୋଲି ଅଧିରାଜ କହିଛନ୍ତି। ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ସଭାପତି କରନ୍ତି, ତେବେ ବି ଆମେ ତାଙ୍କୁ ସମର୍ଥନ କରିବୁ ବୋଲି ଅଧିରାଜ କହିଛନ୍ତି।

ଅନ୍ୟପକ୍ଷେ, ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାକୁ ଗ୍ରହଣ କରିବୁ। ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି କି ବିଧାୟକ ହୁଅନ୍ତୁ। କେବଳ ପିସିସି ନୁହେଁ। କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି।

Advertisment
Congress Niranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ