Advertisment

‘ବିଜେଡିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଟିକେଟ୍‌ କନ୍‌ଫର୍ମ, ବାକି ସେ ଯାହାକୁ ଟିକେଟ୍‌ ଦେବେ’

ଆଗାମୀ ନିର୍ବାଚନ ପାଇଁ ଦଳର ଟିକେଟ୍‌ ନେଇ ମନ୍ତ୍ରୀ, ବିଧାୟକ ମାନେ ଚର୍ଚ୍ଚା କରୁଥିବା ବେଳେ ଏହା ଉପରେ ବିରାମ ଲଗାଇବାକୁ ପ୍ରଣବ ଏଭଳି କହିଥିବା ଆଲୋଚନା ହେଉଛି ।

ଅଦ୍ୟତନ ହୋଇଛି
Only CM Naveen Patnaik Will Decide About Tickets Says Pranab Prakash Das

Only CM Naveen Patnaik Will Decide About Tickets Says Pranab Prakash Das

Advertisment

ବିଜେଡିରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିକେଟ୍‌ କନ୍‌ଫର୍ମ । ବାକି ସେ ଯାହାକୁ ଟିକେଟ୍‌ ଦେବେ । ଗତକାଲି ସମ୍ବଲପୁରରେ ହୋଇଥିବା ଦଳର ଏକ ରୁଦ୍ଧଦ୍ୱାର ବୈଠକରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଥିବା କୁହାଯାଉଛି । ବୈଠକରେ ଉପସ୍ଥିତ ଥିବା ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନର ସଭାପତି ମିଲନ ହୋତା ଏନେଇ ଚର୍ଚ୍ଚା ହୋଇଥିବା ସୂଚନା ଦେଇଛନ୍ତି ।

Advertisment

ଆଗାମୀ ନିର୍ବାଚନ ପାଇଁ ଦଳର ଟିକେଟ୍‌ ନେଇ ମନ୍ତ୍ରୀ, ବିଧାୟକ ମାନେ ଚର୍ଚ୍ଚା କରୁଥିବା ବେଳେ ଏହା ଉପରେ ବିରାମ ଲଗାଇବାକୁ ପ୍ରଣବ ଏଭଳି କହିଥିବା ଆଲୋଚନା ହେଉଛି । ଗତକାଲି ବୈଠକ ବେଳେ ମୋବାଇଲ ବନ୍ଦ କରବାକୁ କହିଥିଲେ ପ୍ରଣବ । ଏହା ଘର କଥା ବୋଲି ମଧ୍ୟ କହିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷେ, ୨୦୨୪ ନିର୍ବାଚନରେ ପୁରୀରୁ ଲଢିବେ କି ନବୀନ ? ଏ ପ୍ରସଙ୍ଗରେ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ‘ନବୀନ ପଟ୍ଟନାୟକ ଯେକୌଣସି ସ୍ଥାନ ପାଇଁ ପ୍ରାର୍ଥୀ ହୋଇପାରନ୍ତି । ସେ କେଉଁଠୁ ଲଢିବେ, ତାହା ନବୀନ ବାବୁଙ୍କ ନିଜସ୍ୱ ନିଷ୍ପତ୍ତି ।’ ତେବେ ପୁରୀ ଲୋକଙ୍କ ମନରୁ ସ୍ୱତଃ ପ୍ରବୃତ୍ତ ଭାବେ ଏକଥା ଆସିଥିବା ଶଶି କହିଛନ୍ତି ।

Advertisment

ନବୀନ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢିବା ନେଇ ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିବା ପରେ ଚର୍ଚ୍ଚା ଜୋର ଧରିଥିଲା । ରାମକୃଷ୍ଣ ଦାସମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜଗନ୍ନାଥ ଧାମରୁ ନିର୍ବାଚନ ଲଢିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ।

CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ