Advertisment

ଅଖିଳେଶଙ୍କୁ କେଶବଙ୍କ ମୁହଁ ତୋଡ଼ ଜବାବ ! ସପା ଛାଡ଼ିବାକୁ ୧୦୦ ବିଧାୟକ ପ୍ରସ୍ତୁତ

ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି ।

ଅଦ୍ୟତନ ହୋଇଛି
Akhilesh Yadav -BJP

Akhilesh Yadav -BJP

Advertisment

ଅଖିଳେଶଙ୍କୁ ବିଜେପି ନେତାଙ୍କ ଜବରଦସ୍ତ ଆଟାକ୍‌ । ଅଖିଳେଶଙ୍କ ବୟାନ ପରେ ବିଜେପି ନେତାଙ୍କ କାଉଣ୍ଟର ଆଟାକ୍‌ । ଦେଶରେ ଉତ୍ତରପ୍ରଦେଶ ରାଜନୀତିକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ । ସେହି କ୍ରମରେ ଏବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଜେପି ନେତା ତଥା ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରଶାଦ ମୌର୍ଯ୍ୟାଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେଁମେଁ ।

Advertisment

ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି । ସେ ଏବେ ବିନା ପାଣିରେ ଥିବା ମାଛ ଭଳି ଛଟପଟ ହେଉଛନ୍ତି । ସମାଜବାଦୀ ପାର୍ଟି ଏବେ ‘ସମ୍ପୂର୍ଣ୍ଣବାଦୀ’ ପାର୍ଟି ପାଲଟିଛି ।’

ଏହା ପୂର୍ବରୁ ଅଖିଳେଶ କହିଥିଲେ ଯେ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ଯଦି ୧୦୦ ବିଜେପି ବିଧାୟକଙ୍କୁ ଧରି ଆସିବେ ତେବେ ତାଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରିବ । ନିକଟ ଅତୀତରେ ବିହାରରେ ଏମିତି କିଛି ଘଟିଛି । ବିଜେପି ସହ ଜେଡିୟୁ ମେଣ୍ଟ ଭାଙ୍ଗିଛି ଏବଂ ଆରଜେଡି-କଂଗ୍ରେସ-ବାମ ଦଳ ସହ ମହାମେଣ୍ଟ କରି ସରକାର କରିଛି । ତେଣୁ ଏହି ପରିପ୍ରେକ୍ଷୀରେ ଅଖିଳେଶ ତାତ୍ସଲ୍ୟ କରି କେଶବ ପ୍ରସାଦଙ୍କୁ କହିଥିବା କୁହାଯାଉଛି ।

Advertisment

ତେବେ ଅଖିଳେଶଙ୍କ ଏହି ବୟାନ୍‌ର କଡ଼ା ଜବାବ ରଖିଛନ୍ତି କେଶବ । ସେ କହିଛନ୍ତି “ମୁଁ ବିଜେପିରୁ ଯାଇ ମିଶିବା ତ ଦୂରର କଥା, ଅଖିଳେଶଙ୍କ ଦଳର ୧୦୦ ବିଧାୟକ ବିଜେପିରେ ସାମିଲ ହେବେ ବୋଲି ବାଟ ଖୋଜୁଛନ୍ତି । କିନ୍ତୁ ଆମର ଆବଶ୍ୟକ ନାହିଁ । କାରଣ ଆମର ସଂଖ୍ୟା ଗରିଷ୍ଠତା ରହିଛି । ଆଉ ସରକାର ମଧ୍ୟ ଖୁବ୍‌ ସୁରୁଖୁରୁରେ ଚାଲିଛି । ଆଖିଳେଶ ଚାହାନ୍ତି ନାହିଁ କି କୌଣସି ପଛୁଆ ବର୍ଗ ନେତା ଆଗକୁ ବଢ଼ନ୍ତୁ ଏବଂ ଶାସନ କରନ୍ତୁ । ତେଣୁ ତାଙ୍କର ସତ୍ତାକୁ ଫେରିବାର ଆଶା ଆଗାମୀ ୨୫ ବର୍ଷ ମଧ୍ୟରେ ପୁରଣ ହେବ ନାହିଁ ।”

ଅଖିଳେଶ ନିଜ ସହଯୋଗୀ ଏବଂ ପରିବାର କଥା ଚିନ୍ତା କରିବା ଉଚିତ୍

ଅନ୍ୟପଟେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ । ସେ କହିଛନ୍ତି ଯେ, “ମୌର୍ଯ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିବା ପରିବର୍ତ୍ତେ ଅଖିଳେଶ ଯାଦବ ନିଜର ବିଧାୟକ ତଥା ମେଣ୍ଟ ସହ ଜଡିତ ରହିବା ଉଚିତ୍‌ । ସେ ଆହୁରି ମଧ୍ୟ କହିଛନ୍ତି, "କେଶବ ପ୍ରସାଦ ମୌର୍ଯ୍ୟା, ଦଳର ବିଚାରଧାରା ସହ ଜଡ଼ିତ ଜଣେ ପ୍ରତିଶୃତିବଦ୍ଧ ନେତା । ସେ ଦଳ ପାଇଁ ସମ୍ପୂର୍ଣ୍ଣ ସମର୍ପିତ । ସେ ଜଣେ ଦୃଢ଼ ସଂଗଠକ । ସେ ସବୁବେଳେ ବିଜେପି ସହ ଜଡ଼ିତ ରହିବେ । ସେ ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିବା ନେତା ନୁହଁନ୍ତି ।"

Advertisment
Akhilesh Yadav UP Politics Keshab Prasad Morya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ