Advertisment

‘ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ’

ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Narasingha Mishra

Narasingha Mishra

Advertisment

ଓଡ଼ିଶା ଭାଗ ହେଲେ ସରକାର ଦାୟୀ। ଓଲିଉଡ କଳିରେ ପୁଣି ମନ୍ତବ୍ୟ ଦୋହରାଇ ଏଭଳି କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ମନୋଜ ମିଶ୍ରଙ୍କୁ ଫିଲ୍ମରୁ ବାସନ୍ଦ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି। ଓଡ଼ିଶା ଦି ଭାଗ ମନ୍ତବ୍ୟ ନେଇ ଚର୍ଚ୍ଚାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Advertisment

ଓଲିଉଡ଼ କଳି ବାବଦରେ ମନ୍ତବ୍ୟ ଦେବାକୁ ଯାଇ ରାଜ୍ୟ ଦି ଭାଗ ହୋଇଯିବ ବୋଲି ଆଞ୍ଚଳିକବାଦି ମନ୍ତବ୍ୟ ଦେଇଥିଲେ ନରସିଂହ। ଏବେ ସେ ସେହି ବୟାନରେ କାଏମ ରହିବା ସହ ପୁଣି ତାଙ୍କ ମନ୍ତବ୍ୟକୁ ଦୋହରାଇଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କହିଲବା ସହ ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ନରସିଂହ ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି। ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି। ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି । ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନଥିଲି, କି ଆଜି ବି ନାହିଁ । ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି । ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ ବୋଲି ସେ କହିଛନ୍ତି ।

Advertisment

ପୂର୍ବରୁ ଓଲିଉଡ ପ୍ରସଙ୍ଗରେ ମତ ଦେଇ ନରସିଂହ କହିଥିଲେ ମନୋଜ ମିଶ୍ରଙ୍କୁ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ। ଗତକାଲି ବଲାଙ୍ଗିର ଭରସୁଜାରେ ହେଉଥିବା ଛେଲିଆପାଟ୍ ଉତ୍ସବ ଅବସରରେ ନରସିଂହ ଖୋଲାଖୋଲି ଭାବେ ଏଭଳି କହିଥିଲେ । ନରସିଂହ ମିଶ୍ରଙ୍କ ବିଛିନ୍ନାତବାଦୀ ମନ୍ତବ୍ୟକୁ ନେଇ ଚାରିଆଡ଼େ ପ୍ରଶ୍ନ ଉଠିଛି। ନରସିଂହ କେଉଁ ଉଦ୍ଦେଶ୍ୟ ନେଇ ଏଭଳି କହିଛନ୍ତି ତାକୁ ଉଠିଛି ପ୍ରଶ୍ନ।

Ollywood Narasingha Mishra Congress MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ