Advertisment

ବଦଳୁଛି ଓଡ଼ିଶାର ଭାଗ୍ୟ; ୨୭୪ଟି ପ୍ରକଳ୍ପ ସହ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ମୋଦି

ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

undefined

PM Modi

Advertisment

ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିର ମାନଚିତ୍ରରେ କ୍ରମାଗତ ଯୋଡ଼ି ହେଉଛି ଓଡ଼ିଶା। ଆଜି ପୁଣି ଏକ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବ୍ୟାପି ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି। ତା ମଧ୍ୟରେ ରହିଛି ଓଡ଼ିଶାର ୨୭୪ଟି ପ୍ରକଳ୍ପ। କେବଳ ଏତିକି ନୁହେଁ, ଓଡ଼ିଶାକୁ ତୃତୀୟ ବନ୍ଦେ ଭାରତ ବି ଭେଟିଦେଇଛନ୍ତି ମୋଦି।

Advertisment

ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ତା ମଧ୍ୟରେ ରହିଛି ୧୬୨ଟି ଇଲେକଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ, ୫୦ଟି ସୋଲାର୍ ପାୱାର ରେଳଷ୍ଟେସନ, ୯ଟି ରେଳଲାଇନ, ୪ ଅଟୋ ସିଗ୍ନାଲ୍ ସିଷ୍ଟମ, ଗୋଟିଏ ଗତିଶକ୍ତି ଟର୍ମିନାଲ୍, ଖୋର୍ଦ୍ଧା ରୋଡ୍ ରେ ଜନଔଷଧୀ କେନ୍ଦ୍ର ସହ ଗୋଟିଏ ରେଳକୋଚ୍ ରେସ୍ତୋରାଁ।

ମହତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱଦେଶୀ ତଥା ସ୍ଥାନୀୟ ଉତ୍ପାଦର ବିକ୍ରିବଟାକୁ ଗୁରତ୍ୱ ଦେଇ ପ୍ରଧାନମନ୍ତ୍ରୀ ୪୧ଟି & ୱାନ୍ ଷ୍ଟେସନ, ୱାନ୍ ପ୍ରଡକ୍ଟ ଷ୍ଟଲର ଶୁଭାରମ୍ଭ ବି କରିଛନ୍ତି। ଏଭଳି ଭାବେ ଦେଶବ୍ୟାପି ଆଜି ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି ମୋଦି।

Advertisment

ଏସବୁ ଭିତରେ ଓଡ଼ିଶା ପାଇଁ ଆଉ ଏକ ବଡ଼ ଉପଲବ୍ଧି ହେଉଛି, ରାଜ୍ୟ ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୂର୍ବରୁ ପୁରୀ-କୋଲକାତା ଏବଂ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଚାଲୁଥିଲା। ଏବେ ବିଶାଖାପାଟଣାରୁ ଭୁବନେଶ୍ୱର ରୁଟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ରହଣୀ ସ୍ଥଳ ହେଉଛି, ବ୍ରହ୍ମପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱର। ଏସବୁ ଷ୍ଟେସନରେ ବନ୍ଦେ ଭାରତ ପହଞ୍ଚିବା କ୍ଷଣି ଏଭଳି ଢଙ୍ଗରେ ସ୍ୱାଗତ କରାଯାଇଥିଲା। ଉଦଘାଟନୀ ଯାତ୍ରା ବେଳେ ପଲାସାରୁ ବ୍ରହ୍ମପୁର ସେକସନ୍ ମଧ୍ୟରେ ବନ୍ଦେ ଭାରତ ଘଣ୍ଟାକୁ ୧୩୦ କିଲୋମିଟର ବେଗରେ ଦୌଡ଼ି ଥିଲା। ସୋମବାର ବ୍ୟତୀତ ସପ୍ତାହକୁ ୬ ଦିନ ଗଡ଼ିବ ଏହି ଟ୍ରେନ୍।

ଏପଟେ ଘଞ୍ଚ ଜଙ୍ଗଲ, ସୁଉଚ୍ଚ ପାହାଡ଼ ଓ ନଦୀ ନାଳ ଭରା ଭୂଇଁ ଭିତରେ ଚାଲିଛି ଟନେଲ୍ ସହ ଭାୟଡକ୍ଟ ବ୍ରିଜ୍ ନିର୍ମାଣ। ବହୁପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ଲାଇନର ନିର୍ମାଣକାର୍ଯ୍ୟ ଦିନରାତି ଚାଲୁରହିଛି। ପଥର ଫଟାଇ ବାଟ ଫିଟାଉଛି ରେଳ ବିଭାଗ। ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ମୋଟ୍ ୭ଟି ଟନେଲ୍ ଥିବାବେଳେ ସବୁଠୁ ବଡ଼ ଟନେଲର ଲମ୍ବ ହେଉଛି ୪ କିଲୋମିଟର ୧୮୫ ମିଟର। ଅତ୍ୟାଧୁନିକ ନ୍ୟୁ ଅଷ୍ଟ୍ରିଆନ୍ ଟନେଲ ମେଥଡରେ ଏଠି ଟନେଲ୍ ନିର୍ମାଣ ହେଉଛି। କେବଳ ଏତିକି ନୁହେଁ, ବନ୍ୟଜନ୍ତୁ ଓ ହାତୀ ଚଲାପଥକୁ ଧ୍ୟାନରେ ରଖି ନିର୍ମାଣ ହେଉଛି ଭାୟଡକ୍ଟ ବ୍ରିଜ୍। ଯାହାର ଉଚ୍ଚତା ୧୮ ମିଟର୍।

Advertisment

୩୦୧ କିଲୋମିଟର୍ ଲମ୍ବ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଅଧାଅଧି ସରିଗଲାଣି। ଖୋର୍ଦ୍ଧା ପଟୁ ଦଶପଲ୍ଲା ଯାଏଁ ଏବଂ ବଲାଙ୍ଗିର ପଟୁ ସୋନପୁର ଯାଏଁ ଟ୍ରେନ୍ ବି ଗଡ଼ିଲାଣି। ବଳକା କାମ ୨୦୨୫ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି।

PM Modi Odisha Politics Railway Projects
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ