Advertisment

୧୦୭ ପୌରାଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Kendrapara Municipality

Kendrapara Municipality

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି। ଏନେଇ ଯଦି କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ଏହାସହ ଯଦି କିଛି ପରାମର୍ଶ ଥାଏ, ତା’ହେଲେ ବିଭାଗକୁ ୧୫ ଦିନ ଭିତରେ ଜଣାଇପାରିବେ।

Advertisment

ଆପତ୍ତି ଅଭିଯୋଗ ଓ ପରାମର୍ଶ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ରାଜ୍ୟର ୧୦୭ ମ୍ୟୁନିସିପାଲିଟି ଓ ଏନ୍ଏସି ମଧ୍ୟରୁ ମହିଳାଙ୍କ ପାଇଁ ୫୪ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି।

ସେହପରି ଅନୁସୂଚିତ ଜାତିଙ୍କ ପାଇଁ ୮ଟି ଅଧ୍ୟକ୍ଷ ପଦବୀ, ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଏବଂ ୪୨ଟି ପୌରାଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି। ବାଲେଶ୍ୱର, ବଲାଙ୍ଗିର, କେନ୍ଦ୍ରାପଡ଼ା, ଫୁଲବାଣୀ ଓ ପୁରୀ ପୌର ପରିଷଦ ଅଧ୍ୟକ୍ଷ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।

Advertisment

ଅନ୍ୟପକ୍ଷେ, ରାଜ୍ୟ ର୍ନିବାଚନ ଆୟୋଗଙ୍କ ସହ ବୈଠକ ପରେ ପୋଲିସ ଡିଜି ପ୍ରତିକ୍ରିୟା ରଖିଛନ୍ତି। କୋଭିଡ୍‌ କଟକଣା ପାଳନ ସହ ର୍ନିବାଚନ ଆଚରଣ ବିଧି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯିବ। ଶାନ୍ତିଶୃଙ୍ଖଳା ସହ ର୍ନିବାଚନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ପୋଲିସ୍‌ ଡିଜି କହିଛନ୍ତି।

ପୋଲିସ୍‌ ଡିଜି କହିଛନ୍ତି, ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହେବେ। ଯେଉଁମାନେ କୋଭିଡ ଗାଇଡ଼ଲାଇନର ତଦାରଖ କରିବେ। ମୁକ୍ତ, ଅବାଧ ଓ ନିରପେକ୍ଷ ର୍ନିବାଚନ ପାଇଁ ସୁନିଶ୍ଚିତ କରାଯାଉଛି। ଏହା ଏକ ସ୍ୱତନ୍ତ୍ର ର୍ନିବାଚନ। କୋଭିଡ୍‌ କଟକଣା ଭିତରେ ର୍ନିବାଚନ କରିବା ବଡ଼ ଆହ୍ୱାନ। ୫ ରାଜ୍ୟରେ ବିଧାନସଭା ର୍ନିବାଚନ ଥିବାରୁ ଓଡିଶା ପୋଲିସର ଯୋଗଦାନ ରହିବ ବୋଲି ପୋଲିସ ଡିଜି କହିଛନ୍ତି।

Advertisment

ସୂଚନାଥାଉ କି, ପଞ୍ଚାୟତ ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ବୈଠକ ବସିଥିଲା। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଭର୍ଚୁଆଲରେ ବୈଠକରେ ସାମିଲ ହୋଇଥିଲେ।  

Municipality Odisha Civic Body Polls Odisha Panchaya Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ