Advertisment

ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି ! ଖୁବ୍ ଶୀଘ୍ର ଆସିପାରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର

ଶୀର୍ଷ ନେତୃତ୍ବଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ମାନସମନ୍ଥନ ଚର୍ଚ୍ଚା । ବିଜେଡି ଶିବରରେ ବି ନିରବ କସରତ୍ ।

undefined

Odisha Politics

Advertisment

ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି । ଖୁବ୍ ଶୀଘ୍ର ଆସିପାରେ ସ୍ପଷ୍ଟ ଚିତ୍ର । ଦୂର ହୋଇପାରେ ବିଜେଡି-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱ । ଦୁଇ ଦିନ ଅନ୍ତରାଳେ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଗତକାଲି ଦିଲ୍ଲୀ ଡାକରା ପରେ କୁହାଯାଉଛି, କିଛି ଶୀର୍ଷସ୍ତରର କେନ୍ଦ୍ରୀୟ ନେତାଙ୍କ ଘରେ ଆଜି ମାନସ ମନ୍ଥନ ଚାଲିଛି। ଆଉ ଆସନ୍ତାକାଲି ସୁଦ୍ଧା ମେଣ୍ଟ ଗଣିତ ଛିଡ଼ିପାରେ।

Advertisment

ଅନ୍ୟପଟେ ବିଜେଡି ଶିବିରରେ ମଧ୍ୟ ମେଣ୍ଟକୁ ନେଇ ନିରବ କସରତ୍ ଚାଲିଥିବା କୁହାଯାଉଛି। ଏସବୁ ଭିତରେ ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ଚର୍ଚ୍ଚାକୁ ଆଗକୁ ବଢାଇଛି। ଯଦିଓ ୩୦ ଜିଲ୍ଲା ବୁଲିବା ପରେ ରାଜ୍ୟପାଳ ଗୃହମନ୍ତ୍ରୀଙ୍କ ଭେଟିବା ଏକ ସ୍ୱାଭାବିକ କାର୍ଯ୍ୟକ୍ରମ। ହେଲେ ମେଣ୍ଟ ଚର୍ଚ୍ଚା ଭିତରେ ଏ ଭେଟଘାଟକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର।

ସେପଟେ ଲଗାତର୩ ଦିନ ହେବ ଦୁଇ ଦଳର ନେତାଙ୍କ ଭିନ୍ନ ଭିନ୍ନ ବୟାନ ମେଣ୍ଟ ଚର୍ଚ୍ଚାକୁ ଗୋଳିଆ କରିଥିବା ବେଳେ, ଆଜି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ମେଣ୍ଟ ଆଡକୁ ଇଙ୍ଗିତ କରିଛି। ପ୍ରସନ୍ନ କହିଛନ୍ତି, ଓଡିଶା ପାଇଁ ମେଣ୍ଟ ରାଜନୀତି ନୂଆ ନୁହେଁ। ରାଜ୍ୟର ପ୍ରଗତି, ବିକାଶ ଓ ଉନ୍ନତି ପାଇଁ ଯାହା ଆବଶ୍ୟକ କରାଯିବ। ଅନ୍ୟପଟେ ବିଜେପି ନେତା କେଭି ସିଂଦେଓ କହିଛନ୍ତି, ଆମର ନଜର ବି ଦିଲ୍ଲୀ ଉପରେ ରହିଛି। କେନ୍ଦ୍ର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ।

Advertisment

ଏପଟେ ଆଶା ଆଶଙ୍କାରେ ଆଶାୟୀ ଓ ଟିକେଟ ଲବିରେ ଥିବା ନେତା। କୁହାଯାଉଛି, ଯଦି ମେଣ୍ଟ ହୁଏ ତାହେଲେ ନୂଆ ଫର୍ମୁଲାରେ ହେବ। ବିଜେପି-ବିଜେଡି ମଧ୍ୟରେ ଲୋକସଭା ଏବଂ ବିଧାନସଭାରେ ଏହି ନୂଆ ଫର୍ମୂଲାରେ ଭାଗବଣ୍ଟା ଛିଡ଼ିପାରେ। ଆଉ ଯଦି ଏହା ହୁଏ, ତାହେଲେ କେଉଁ ସିଟ୍ କାହା ଭାଗରେ ପଡିବ ତାକୁ ନେଇ ଅଙ୍କ କଷା ଆରମ୍ଭ ହେଲାଣି। ସେଇ ଅନୁସାରେ କାହା ସିଟ୍ କଟିବ ଆଉ କାହା ସିଟ୍ ରହିବ ସେନେଇ ଦ୍ବନ୍ଦ୍ବରେ ନେତା।

ପୁଣି ଯଦି ଦଳ କଥାରେ ନେତା ସହମତି ନ ହୁଅନ୍ତି ବାଜି ବି ଓଲଟି ପାରେ। ୨୦୦୪ରେ ବି ମେଣ୍ଟ ବେଳେ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିକି ଆସିବା ନଜରକୁ ଆସିଥିଲା। ସର୍ବାଧିକ ଆଶାୟୀ ଶାସକ ଦଳ ବିଜେଡିରେ ଥିବା ବେଳେ ଯଦି ମେଣ୍ଟ ହୁଏ ତାହେଲେ ଦଳ ପାଇଁ ଅଡୁଆ ପରିସ୍ଥିତି ତିଆରି ହୋଇପାରେ। ସେହିପରି ସମ୍ଭାବ୍ୟ ମେଣ୍ଟ ସ୍ଥିତିକୁ ନେଇ ଦଳ ଡିଆଁ ନେତା ବି ଭାରି ଚିନ୍ତାରେ।

Advertisment

ଏସବୁ ଭିତରେ ଏହା ବି ଚର୍ଚ୍ଚା ହେଉଛି ଯେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମେଣ୍ଟ ଅଙ୍କ ଚୂଡ଼ାନ୍ତ ହୋଇପାରେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ