Advertisment

ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି, କେମିତି ହେବ ପଞ୍ଚାୟତ ନିର୍ବାଚନ ?

କରୋନାର ଦ୍ରୁତ ସଂକ୍ରମଣ ଭିତରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତା ଦେଖାଦେଇଛି। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? କ’ଣ ହେବ ଗାଇଡ୍‌ଲାଇନ୍‌ ? ସେନେଇ ଚିନ୍ତା ଦେଖାଦେଇଛି।

ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

Advertisment

ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର, ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ ବଢ଼ୁଛି କଟକଣା। ଏଭଳି ସ୍ଥିତିରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? କ’ଣ ହେବ ଗାଇଡ୍‌ଲାଇନ୍‌ ? କରୋନାର ଦ୍ରୁତ ସଂକ୍ରମଣ ଭିତରେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚିନ୍ତା ଦେଖାଦେଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିତ୍ସୃତ ଆଲୋଚାନ ହୋଇଛି। କୋଭିଡ୍ ସ୍ଥିତିଠାରୁ ଆରମ୍ଭ କରି ଟିକାକରଣ ଷ୍ଟାଟସ୍ ଓ ନିର୍ବାଚନ ପାଇଁ କ’ଣ ହେବ କୋଭିଡ୍ ଗାଇଲାଇନ୍, ସେ ସମ୍ପର୍କରେ ଆଲୋଚାନ ହୋଇଥିଲା। ବିଶେଷକରି ମତଦାତା, ପ୍ରାର୍ଥୀ ଓ ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କଠାରୁ ମିଳିଥିବା ଇନ୍‌ପୁଟ୍‌ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Advertisment

ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର୍ ତଥା ଏସ୍ଆରସି, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ସ୍ଥିତି ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନା କରାଯାଇଥିଲା। ବର୍ତ୍ତମାନର କୋଭିଡ୍ ସ୍ଥିତି, ଫେବୃଆରୀର ସମ୍ଭାବ୍ୟ ପରିସ୍ଥିତି, ଟିକାକରଣ ତଥ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ କୋଭିଡ ଗାଇଡ୍‌ଲାଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ନାମାଙ୍କନପତ୍ର ଦାଖଲ, ନିର୍ବାଚନ ସାମଗ୍ରୀ ବିତରଣ, ପ୍ରଚାର ଓ ଭୋଟ୍ ଗଣତି ସମୟରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ଭୋଟର୍, ପ୍ରାର୍ଥୀ ଓ ନିର୍ବାଚନ ଅଧିକାରୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଛି। ନାମାଙ୍କନପତ୍ର ଦାଖଲ, ନିର୍ବାଚନ ପ୍ରଚାର ଓ କାଉଣ୍ଟିଂ ଲାଗି ସ୍ୱତନ୍ତ୍ର କୋଭିଡ୍ ଗାଇଡଲାଇନ୍ ଆସିପାରେ। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ସହ କୋଭିଡ୍ ଦୃଷ୍ଟିରୁ ନିର୍ଦ୍ଦେଶାବଳୀ ବି ଜାରି କରାଯାଇଛି। ଏହାକୁ ଅନୁଧ୍ୟାନ କରି ରାଜ୍ୟ ନିର୍ବାଚନ ଆୟୋଗ ଗାଇଡଲାଇନ୍ ଜାରି କରିବେ ବୋଲି ଅନୁମାନ କରାଯାଉଛି। ରାଜ୍ୟ ସରକାରଙ୍କଠାରୁ ମଧ୍ୟ ଏ ସଂପର୍କରେ ଇନ୍‌ପୁଟ୍‌ ନିଆଯାଇଛି। ସେହି ଆଧାରରେ କମିଶନ୍ ଆଗାମୀ ପଦକ୍ଷେପ ନେବେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। 

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଓ୍ୱାର୍ଡ ମେମ୍ବରଠାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଲାଗି ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ଆୟୋଗଙ୍କ ପାଖରେ ପହଞ୍ଚିବାରେ ଲାଗିଛି। ଏସବୁ ଭିତରେ ରାଜ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ବା ୫୦ ପ୍ରତିଶତ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ସେହିପରି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ସିଟ୍‌ରୁ ୪ ଅଧ୍ୟକ୍ଷ ପଦ ମହିଳା ଓ ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି। 

Odisha Panchayat Polls Panchayat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ