Advertisment

ପଞ୍ଚାୟତ ନିର୍ବାଚନ: ଆଜି ତୃତୀୟ ପର୍ଯ୍ୟାୟ ମତଦାନ, ୧୫ ବର୍ଷ ପରେ ନିୟମଗିରିରେ ପଡ଼ିଲା ଭୋଟ୍‌

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ।

ଅଦ୍ୟତନ ହୋଇଛି
Voting For 3rd Phase Elections Begins

Voting For 3rd Phase Elections Begins

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଆଜି ସକାଳ ୭ଟାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି। ନିଜ ନିଜ ମତାଧିକାର ସାବ୍ୟସ୍ତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ଭୋଟରମାନେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ଦେଉଥିବା ନଜର ଆସିଛି। ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

Advertisment

ତୃତୀୟ ପର୍ଯ୍ୟାୟରେ ୬୩ ବ୍ଳକ୍‌ର ୧୭୧ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୩୮୨ ପଞ୍ଚାୟତରେ ଭୋଟ୍ ପଡ଼ିବ। ମୋଟ୍ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର, ୧୮ ହଜାର ୪୯୫ ବୁଥ୍‌ରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୨ ହଜାର ୭୭୩ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି।  

ତୃତୀୟ ପର୍ଯ୍ୟାୟରେ ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ୬୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ବୁଥ୍ ରିଗିଂ ଓ ବୁଥ୍ କ୍ୟାପ୍‌ଚରିଂକୁ ବନ୍ଦ କରି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

Advertisment

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩% ମତଦାନ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ଓ ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ମତଦାନ ହୋଇଛି।

ଅନ୍ୟପକ୍ଷେ, ୧୫ ବର୍ଷ ପରେ ରାୟଗଡ଼ା ଜିଲ୍ଲାର ନିୟମଗିରିରେ ମତଦାନ ହେଉଥିବାରୁ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏଠାକାର ପାରସାଲି ପଞ୍ଚାୟତର ୧୧ଟି ଓ୍ୱାର୍ଡରେ ୧,୬୧୯ ଜଣ ଭୋଟର ମତଦାନ କରିବେ। ପୂର୍ବରୁ ନିୟମଗିରିରେ ମତଦାନ ନ ହୋଇ ପ୍ରତିନିଧି ଚୟନ କରାଯାଉଥିଲା

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ