Advertisment

ଗୋଟିଏ ପରିଷଦ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନାଚିକା ଓ ତାଙ୍କ ପୁଅ

ଗୋଟିଏ ପରିଷଦ ଆସନ ପାଇଁ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉଭୟ ବାପପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ।

ଅଦ୍ୟତନ ହୋଇଛି
Nachika Linga And His Son

Nachika Linga And His Son

Advertisment

ପୁଣି ଭୋଟ୍‌ ରାଜନୀତିକୁ ଫେରିଛନ୍ତି ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ ପାଇଁ ନାଚିକା ଲିଙ୍ଗା ଏବଂ ତାଙ୍କ ପୁଅ ରବୀନ୍ଦ୍ର ନାଚିକା ଉଭୟେ କାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦୀର୍ଘ ୧୦ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ଜିଲ୍ଲା ପରିଷଦ। 

Advertisment

୩ ପ୍ରମୁଖ ରାଜନୈତିକ ଦଳ-ବିଜେପି, ବିଜେଡି ଓ କଂଗ୍ରେସ ବଳ କଷାକଷି ହେଉଥିବା ବେଳେ ନାଚିକାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ଜିଲ୍ଲା ପରିଷଦ ପାଇଁ ଉଭୟ ବାପପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ। 

୨୦୧୭ ପଞ୍ଚାୟତ ନିର୍ବାଚନରେ ଜେଲ୍‌ରେ ରହି ନାଚିକା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପରେ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ଶେଷରେ ତାଙ୍କ ସମର୍ଥିତ ପ୍ରାର୍ଥୀ ସ୍ୱାଧିନ ଭାବେ ନିର୍ବାଚନକୁ ଓହ୍ଲାଇ ଗୋଟି ଚାଳନା କରିଥିଲେ। ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ମାତ୍ର ୨୫ ଖଣ୍ଡ ଭୋଟରେ ଜିତିଥିଲା ବିଜେଡି।  

Advertisment

ନାଚିକା ଲିଙ୍ଗା କହିଛନ୍ତି, ‘ଲୋକଙ୍କ ସେବା ହୋଇପାରୁନି, ତାହା ବହୁତ ବଡ଼ ଦୁଃଖର କଥା। ଆଦିବାସୀ ଅଞ୍ଚଳରେ ଆମେ ଅନେକ ଅସୁବିଧାରେ ରହିଛୁ।’ ସେପଟେ ନାଚିକାଙ୍କ ପୁଅ ରବୀନ୍ଦ୍ର କହିଛନ୍ତି, ‘ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛି। ଲୋକମାନେ କହିବାରୁ ଆମେ ୨ଜଣ ବାପା ଆଉ ମୁଁ ନାରାୟଣପାଟଣା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛୁ। ପରେ ନିଷ୍ପତ୍ତି ନେବୁ କ’ଣ କରିବୁ। 

Odisha Panchayat Polls Nachika Linga Odisha Panchayat Elections Candidates In Limelight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ