Advertisment

ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନରେ ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

ଅଦ୍ୟତନ ହୋଇଛି
Model Priyanka Nanda To Contest Election For Sarpanch Post

Model Priyanka Nanda To Contest Election For Sarpanch Post

Advertisment

ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ସାରା ଓଡ଼ିଶାରେ ନିର୍ବାଚନୀ ମାହୋଲ। ଆଉ ଗାଁ ଗାଁରେ ଗରମା ଗରମ ରାଜନୀତି। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ବ୍ୟାକ୍‌ଗ୍ରାଉଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଏ ଚାକିରି ଛାଡ଼ି ରାଜନୀତିରେ ତ ଆଉ କେଉଁଠି ପାଠୁଆ ପିଲା ବିଭିନ୍ନ ପଦବୀ ପାଇଁ ନିବାର୍ଚନ ଲଢୁଛନ୍ତି। ହେଲେ ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ ଚୁଡାପାଲି ପଞ୍ଚାୟତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିଛି। ଚୁଡାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଜଣେ ମଡେଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

Advertisment
Model Priyanka Nanda Model Priyanka Nanda
Model Priyanka Nanda Model Priyanka Nanda

ଚୁଡାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମଡେଲ୍‌ ପ୍ରିୟଙ୍କା ନନ୍ଦ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟ ବାହାରେ ବିଭନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ସେ ସଫଳତା ହାସଲ କରିଛନ୍ତି। ସେ ଭୋପାଳରେ ପ୍ରଫେସନାଲ ମଡେଲ୍‌ ଭାବେ ବିଭିନ୍ନ ଏଜେନ୍ସି ସହ କାମ କରୁଛନ୍ତି। ଉଚ୍ଚ ଶିକ୍ଷା ପରେ ୨୦୧୫ ମସିହାରେ ପ୍ରିୟଙ୍କା ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି ବର୍ଷ ହିଁ ଗୋଟିଏ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ସେ ମିସ୍‌ ଫଟୋଜେନିକ୍‌ ହୋଇଥିଲେ। ଏହାପରେ ବହୁ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ସେ ସଫଳତା ମଧ୍ୟ ହାସଲ କରିଛନ୍ତି। ୨୦୨୦ ମସିହାରେ ଇଣ୍ଡିଆନ୍‌ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ପ୍ରିୟଙ୍କା ଜିତିଥିଲେ।

Model Priyanka Nanda Model Priyanka Nanda

Model Priyanka Nanda Model Priyanka Nanda

ମଡେଲ ପ୍ରିୟଙ୍କା ଏବେ ଗାଁ ରାଜନୀତିରେ ପାଦ ରଖିଥିବାରୁ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ପ୍ରିୟଙ୍କାଙ୍କ ପାଇଁ ପ୍ରଚାରରେ ବାହାରିଛନ୍ତି ତାଙ୍କ ଭଉଣୀ ଶ୍ୱେତା। ସେ ବି ଜଣେ ମଡେଲ୍‌। ଗାଁ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣି ଆଣିଛି ବୋଲି ସରପଞ୍ଚ ପ୍ରାର୍ଥୀ ପ୍ରିୟଙ୍କା କହିଛନ୍ତି। ସେ ମାଛ ଚିହ୍ନରେ ଛିଡା ହୋଇଛନ୍ତି। ଗାଁ ପାଇଁ କିଛି କରିବାର ଆଶା ନେଇ ଗାଁକୁ ଆସିଥିବା ସେ କହିଛନ୍ତି। 

Advertisment
Odisha Panchayat Polls Odisha Panchayat Elections Model Priyanka Nanda Candidates In Limelight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ