ଭୋଟରଙ୍କୁ ଖୁସି କରିବାକୁ ପ୍ରାର୍ଥୀଙ୍କ ପ୍ରୟାସ: ‘ଜଳଖିଆ ଖାଅ, ଭୋଟ୍ ଦିଅ’

ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି ।

voter take food

ଗୋଟିଏ ପଟେ ଚାଲିଛି ମତଦାନ ଅନ୍ୟ ପଟେ ଚାଲିଛି ଚା ଓ ଜଳଖିଆ ଦାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ ଭି ୧୦ ନମ୍ବର ଗାଁ ରେ । ବୁଥ ସମ୍ମୁଖରେ ଖୋଲିଛି ଜଳଖିଆ ଦୋକାନ । ଆଉ ତା’ସାଙ୍ଗକୁ ମିଳୁଛି ମାଗଣା ଚା ଓ ଜଳଖିଆ । ଏଠାରେ ପାର୍ଥୀ ମାନଙ୍କର ବାକି ଖାତା ରହିଥିବାର ଦେଖିବାକୁ ମିଳିଛି ।

ଏହି ଦୋକାନରେ ପ୍ରାର୍ଥୀ ମାନଙ୍କ କହିବା ଅନୁଯାୟୀ ଦୋକାନୀ ଭୋଟର ମାନଙ୍କୁ ଚା ଓ ଜଳଖିଆ ଦିଆଯାଉଛି । ଭୋଟର ମାନେ ମଧ୍ୟ ମାଗଣା ଚା ଜଳଖିଆ ଖାଇ ବେଶ ଖୁସି ଥିବାର ଦେଖିବାକୁ ମିଳିଛି । କିଛି ସମୟ ତଳେ ଏମ ଭି ୧୦ ନମ୍ବର ଗାଁ ସ୍ଥିତି ପରଖିଥିଲେ ଆମ ମାଲକାନଗିରି ପ୍ରତିନିଧି ଜିତେନ୍ଦ୍ର ବେଉରା ।

ଆଜି ଜାରି ରହିଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ସକାଳୁ ୭ରୁ ଚାଲିଛି ଭୋଟ ଗ୍ରହଣ। ବୁଥରେ ଲମ୍ବା ଧାଡିରେ ଠିଆ ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର। ତେବେ ଏହାରି ଭିତରେ ବୁଥ ସାମ୍ନାରେ ଭୋଟର୍‌ଙ୍କୁ ଚା’ ବାଣ୍ଟିଛନ୍ତି ପ୍ରାର୍ଥୀ। ସେ ପୁଣି ନିଜ ନିବାଚର୍ନୀ ଚିହ୍ନ ସହ ନିଜ ଫଟୋ ଲାଗିଥିବା କପ୍‌ରେ। ଏଭଳି କରି ପ୍ରାର୍ଥୀଙ୍କୁ ହଟହଟା ହେବାକୁ ପଡିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ଭଦ୍ରକ ଜିଲ୍ଲା ରାନ୍ଦିଆ ପଞ୍ଚାୟତର ଜଣେ ପ୍ରାର୍ଥୀ କେଟିଲି ଚିହ୍ନରେ ଛିଡ଼ା ହୋଇଛନ୍ତି। ଆଜି ଭୋଟ୍ ଚାଲିଥିବା ବେଳେ ପ୍ରାର୍ଥୀ ଜଣକ ୧୩ ନମ୍ବର ବୁଥ୍ ସାମ୍ନାରେ ଭୋଟରଙ୍କୁ କେଟିଲି ଚିହ୍ନ ଥିବା ଗ୍ଲାସରେ ଚା’ ବାଣ୍ଟି ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଥ୍ ସାମ୍ନାରେ ଉତ୍ତେଜନା ଦେଖାଦେଇଛି। ଏହାପରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ଚିଛି। ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ମଧ୍ୟ ଘଟଣାସ୍ଥଳରେ ସ୍ଥିତି ପରଖିବା ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି। ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସେହିପରି ୨୨,୩୭୯ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ଚାଲିଛି। ଆଜି ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍‌ର ବ୍ୟବସ୍ଥା ହୋଇଛି।