Advertisment

ପଂଚାୟତ ନିର୍ବାଚନ: ନିର୍ଣ୍ଣାୟକ ଭୂମିକା ନେବେ ସୁରତ ଫେରନ୍ତା !!

ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା

ଅଦ୍ୟତନ ହୋଇଛି
Surat

Surat

Advertisment

ପ୍ରତ୍ୟେକ ନିର୍ବାଚନରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତି। ସୁରତର ପ୍ରବାସୀ ଓଡ଼ିଆ। ସେଥିପାଇଁ ତ ତାଙ୍କୁ ସ୍ୱତନ୍ତ୍ର ଡକରା ଯାଏ, ହାତଖର୍ଚ୍ଚଠୁ ଯାତାୟତ ଖର୍ଚ୍ଚ ଯାଏଁ ନେତା ଓ କର୍ମୀ ବହନ କରିବାର ଅଭିଯୋଗ ଉଠେ । ଏଭଳି ଟ୍ରେଣ୍ଡ ସାଧାରଣତଃ ଦେଖିବାକୁ ମିଳେ ଗଞ୍ଜାମରେ । ଏଥର ବି ପଞ୍ଚାୟତ ନିର୍ବାଚନ ପାଇଁ ଖୋଜା ପଡ଼ିଛି ପ୍ରବାସୀଙ୍କୁ । ଆଉ ଡକରା ପାଇ କିଏ ଆଗୁଆ ଆସିଲେଣି ତ ଆଉ କିଏ ଦିନ କେଇଟା ପରେ ପହଞ୍ଚିବେ ବୋଲି କଥା ଦେଇଛନ୍ତି ଅଞ୍ଚଳ ନେତାଙ୍କୁ। କିନ୍ତୁ ରୋଜଗାର ପାଇଁ ମିଥ୍ୟା ପ୍ରତିଶ୍ରୁତିକୁ ମୁଖ୍ୟ ପ୍ରସଙ୍ଗ କରି କିଛି ପ୍ରବାସୀ କ୍ଷୁବ୍ଧ ଥିବାବେଳେ ତାଙ୍କୁ ମନାଇବାରେ ଲାଗିଛନ୍ତି ନେତା ଏବଂ ପ୍ରାର୍ଥୀ।

Advertisment

ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା। ଆଜି ଓଖା-ପୁରୀ ଟ୍ରେନ୍‌ରେ ଫେରିଛନ୍ତି ଶତାଧିକ ପ୍ରବାସୀ ଭୋଟର । କାରଣ ସେମାନଙ୍କୁ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ଡକରା ଯାଇଛି, ଭୋଟ୍ ଦେଇ ପୁଣି କର୍ମସ୍ଥଳକୁ ଫେରିଯିବେ ଏମାନେ।

ପ୍ରତ୍ୟେକ ଦିନ ସୁରତ ସମେତ ବିଭିନ୍ନ ସ୍ଥାନରୁ ଏଭଳି ଶହ ଶହ ଶ୍ରମିକ ଫେରିବାରେ ଲାଗିଛନ୍ତି ନିଜ ନିଜ ଗାଁକୁ। ଆଉ ଯେଉଁମାନେ ଆସିନାହାଁନ୍ତି। ସେମାନଙ୍କୁ ବିଭିନ୍ନ ଦଳର ନେତା ଏବଂ ପ୍ରାର୍ଥୀଙ୍କ ପକ୍ଷରୁ ଡକା ଯାଉଛି। ପ୍ରତିଦିନ କାହାକୁ ହ୍ବାଟ୍ସଆପରେ କଲ୍ କରି ତ ଆଉ କାହାକୁ ଭିଡ଼ିଓ କଲ୍ କରି ତୁରନ୍ତ ଆସିବାକୁ କୁହାଯାଉଛି।

Advertisment

ହିଞ୍ଜିଳିକାଟୁ ବ୍ଲକର ସାରୁ ଗାଁର ଗାଁର ୯୦ ପ୍ରତିଶତ ଜୀବିକା ନିର୍ବାହ କରନ୍ତି ରାଜ୍ୟ ବାହାରେ। କିଏ ସୁରତ ତ ଆଉ କିଏ ଚେନ୍ନାଇ ଏବଂ ମହାରାଷ୍ଟ୍ରକୁ ଯାଇ ରୋଜଗାର କରନ୍ତି। ଏଯାଏଁ ସେମାନେ ଆସିନଥିବାରୁ ଅନେକ ଲୋକଙ୍କ ଘରେ ତାଲା ଝୁଲୁଛି। ତେଣୁ ରାତିଦିନ ଏକ୍ କରି ନିଜ ନିଜ ଅଞ୍ଚଳର ପ୍ରବାସୀଙ୍କୁ ଏଭଳି ଡାକୁଛନ୍ତି ନେତା। ସେପଟେ, ପ୍ରାର୍ଥୀ ଏବଂ ତାଙ୍କ ସଂପର୍କୀୟ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଆଉ କିଛି ପ୍ରାର୍ଥୀ ସୁରତ ଫେରନ୍ତାଙ୍କ ପାଇଁ ହାତଖର୍ଚ୍ଚଠୁ ଯାତାୟାତ ଖର୍ଚ୍ଚ ଯାଏଁ ବହନ କରୁଛନ୍ତି ।

ଲକ୍ଷାଧିକ ଓଡ଼ିଆ ସୁରତ ସହ ବିଭିନ୍ନ ରାଜ୍ୟରେ ଜୀବିକା ନିର୍ବାହ କରନ୍ତି। ତାମଧ୍ୟରୁ ସର୍ବାଧିକ ଓଡ଼ିଆ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ତେଣୁ ସାଧାରଣ ନିର୍ବାଚନ ହେଉ କିମ୍ବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସବୁବେଳେ ଏମାନେ ନିର୍ଣ୍ଣାୟକ ନିଷ୍ପତ୍ତି ନିଅନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଏମାନଙ୍କର କଣ ଆଭିମୁଖ୍ୟ ରହୁଛି, ତାଉପରେ ନଜର।

Advertisment
Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ