Advertisment

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ମାମଲା

ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବାକୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ସେପଟେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ କରିବା ଲାଗି ସମସ୍ତ ବିରୋଧୀ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି ନୟାଗଡ଼ ନାବାଳିକା ହତ୍ୟା ମାମଲା, ସାମ୍ନାକୁ ଆସିଲା ନୂଆ ତଥ୍ୟ

HighCourt

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଗୁରୁଦେବ ବେହେରା ଏବଂ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଆସନ୍ତା ନିର୍ବାଚନରେ OBC ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ, ଏହାଦ୍ୱାରା ଓବିସି ବର୍ଗଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶାଯାଇଛି।

Advertisment

ବର୍ତ୍ତମାନ ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ପଞ୍ଚାୟତ ନିର୍ବାଚନ କିପରି ହେବ ସେନେଇ ଆବେଦନାକାରୀ ପ୍ରଶ୍ନ ଉଠାଇଛନ୍ତି। ସ୍ଥିତି ସୁଧୁରିବା ଭିତରେ ପୁନଃ ବିଚାର କରି OBC ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କୋର୍ଟରେ ପ୍ରାର୍ଥନା କରାଯାଇଛି। ଏଥିରେ ରାଜ୍ୟ ନିର୍ବାଚନ କମିଶନ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଏବଂ ପ୍ରମୁଖ ଶାସନ ସଚିବ ଗୃହ ଓ ସହରାଞ୍ଚଳ ଉନୟନ ବିଭାଗ କୁ ପକ୍ଷଭୁକ୍ତ କରାଯାଇଛିI

ସେପଟେ ପଞ୍ଚାୟତ ନିର୍ବାଚନକୁ ୩ ମାସ ସ୍ଥଗିତ କରିବା ଲାଗି ସମସ୍ତ ବିରୋଧୀ ଦାବି କରିଛନ୍ତି। କେବଳ ବିଜେଡିକୁ ଛାଡ଼ି ନିର୍ବାଚନ ସ୍ଥଗିତ ପାଇଁ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକରେ ସବୁ ଦଳ ଏହି ଦାବି କରିଛନ୍ତି। ୩ଟି ପ୍ରମୁଖ କାରଣ ପାଇଁ ନିର୍ବାଚନ ସ୍ଥଗିତ ପାଇଁ ବିରୋଧୀ ଦାବି କରିଛନ୍ତି। କରୋନାର ତୃତୀୟ ଲହର ଚାଲିଥିବାରୁ ଏବଂ ପଛୁଆ ବର୍ଗ ଓ ଏସ୍‌ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ନିର୍ବାଚନକୁ ୩ ମାସ ସ୍ଥଗିତ କରିବା ଲାଗି ବିରୋଧୀ ଏହି ଦାବି କରିଛନ୍ତି।

Advertisment

 ପଞ୍ଚାୟତ ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି, ନିର୍ବାଚନ ପରିଚାଳନା ନେଇ ସବୁ ଦଳଙ୍କ ସହ ଆଲୋଚନା ହୋଇଛି। କୋଭିଡ଼ ସମୟରେ ନିର୍ବାଚନ ନେଇ ଦଳମାନେ ନିଜ ନିଜ ମତ ରଖିଛନ୍ତି। ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ ଗାଇଡଲାଇନ କରିଛନ୍ତି। CECଙ୍କ ଗାଇଡଲାଇନ ଆଧାରରେ ଆମେ ଗାଇଡଲାଇନ କରୁଛୁ। ଖୁବ୍ ଶୀଘ୍ର ଆମେ ଉକ୍ତ ଗାଇଡଲାଇନ ଜାରି କରିବୁ।

Odisha Panchayat Polls Panchayat Polls Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ