Advertisment

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ ଶିକ୍ଷକ ! ଭିଡିଓ ଭାଇରାଲ୍‌

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସରକାରୀ କର୍ମଚାରୀ ମାତିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଅଦ୍ୟତନ ହୋଇଛି
Teacher Campaigning for candidates

Teacher Campaigning for candidates

Advertisment

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସରକାରୀ କର୍ମଚାରୀ ମାତିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତରେ ୨ ଜଣ ଶିକ୍ଷକ ନିର୍ବାଚନ ପ୍ରଚାର କରୁଥିବା ଭିଡିଓ ଭାଇରାଲ ହୋଇଛି। ୨ ଶିକ୍ଷକ ହେଲେ- ଯାଜପୁର ଦଶରଥପୁର ବ୍ଲକ୍‌ ଗାରେଡେଶ୍ୱର ଏମ. ଇ. ସ୍କୁଲ୍‌ର ଶିକ୍ଷକ ସୁଜିତ କୁମାର ଦାଶ ଓ ମଧୁପୁର ସ୍କୁଲର ଶିକ୍ଷକ ଅଶୋକ ଦାସ। 

Advertisment

ସୂଚନାଥାଉ କି, ଚାରି ଦିନ ପୂର୍ବରୁ ଅସନପୁର ପଞ୍ଚାୟତରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଦଳୀୟ ର୍ନିବାଚନୀ ସଭା କରିଥିଲେ। ଏହି ସମୟରେ ସୁଜିତ କୁମାର ଓ  ଅଶୋକ ଦାସ ଆଇନ୍‌କୁ ବେଖାତିର କରି ସଭାରେ ଉପସ୍ଥିତ ରହିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିବା ଅଭିଯୋଗ ହୋଇଛି।

ସେହିପରି ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ଭେଟନାରି ଏମଭିୟୁ ଆଟେଣ୍ଡାଣ୍ଟ ସୁଜତ ସାମଲ ମଧ୍ୟ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ସହ ପ୍ରଚାର ବେଳେ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ମଧ୍ୟ ଭିଡିଓ ଭାଇରାଲ ହୋଇଛି। ଘଟଣାକୁ ନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ଯେଉଁମାନେ ଆଇନ୍‌ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ