Advertisment

ହିଂସାକାଣ୍ଡରେ ବିଜେଡି କର୍ମୀଙ୍କ ସିଧା ସମ୍ପୃକ୍ତି, ଭୋଟ୍ ଦେବାକୁ ଡରୁଛନ୍ତି ଭୋଟର: ବିଜେପି

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ଦୃଢ଼ ନିନ୍ଦା କରିଛି। ବିଜେପି କହିଛି, ନିର୍ବାଚନ ବେଳେ ଓ ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟାଯାଉଛି।

ଅଦ୍ୟତନ ହୋଇଛି
 Election Violence

Election Violence

Advertisment

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ପ୍ରେସ୍‌ମିଟ୍‌ କରିଛି। ପ୍ରେସ୍‌ମିଟ୍‌ରେ ବିଜେପି ନେତା ସମୀର ମହାନ୍ତି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ନିର୍ବାଚନ ବେଳେ ଓ ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟାଯାଉଛି। ପିପିଲି, ଧର୍ମଶାଳା, ହିନ୍ଦୋଳ ସମେତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଶାସକ ଦଳର କର୍ମୀଙ୍କ ସିଧା ସମ୍ପୃକ୍ତି ଅଛି। ଏପରିକି ଭୋଟରମାନେ ଭୋଟ୍ ଦେବାକୁ ବୁଥ୍‌କୁ ଯିବାକୁ ମଧ୍ୟ ଡରୁଛନ୍ତି।’

Advertisment

ସମୀର ମହାନ୍ତି ଆହୁରି କହିଛନ୍ତି, ‘ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବିଜେଡି କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତେବେ ଗଣମାଧ୍ୟମ ପ୍ରତିନିଧି ଆକ୍ରୋଶର ଶିକାର ହେବା ଉଦ୍‌ବେଗଜନକ। ସତ୍‌ ସାହସ ଥିଲେ ମୁଖ୍ୟମନ୍ତ୍ରୀ ରାଜନୈତିକ ଜବାବ ରଖନ୍ତୁ। ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦିବାଲୋକରେ ଶାସକ ଦଳ ଟଙ୍କା ବାଣ୍ଟୁଛନ୍ତି। ପାଟଣାଗଡ଼ରେ ବିଧାୟକଙ୍କ ଭାଇ, ଲଖନପୁରରେ ମନ୍ତ୍ରୀଙ୍କ ଝିଅ ଟଙ୍କା ବାଣ୍ଟିଛନ୍ତି।’

‘ଓଡ଼ିଶାର ଲୋକେ ଜାଣିଛନ୍ତି ହିଂସା ପଛରେ କାହାର ହାତ ଅଛି। ଠିକ୍‌ ସମୟରେ ଲୋକେ ଏହାର ଉଚିତ୍ ଜବାବ ଦେବେ। ଡିଜିପି ଶାସକ ଦଳର ଇଙ୍ଗିତରେ କାମ ନ କରି ବୁଥ୍‌ରେ ଲୋକଙ୍କୁ ସୁରକ୍ଷା ଦିଅନ୍ତୁ’ ବୋଲି ବିଜେପି ନେତା ସମୀର ମହାନ୍ତି କହିଛନ୍ତି।

Advertisment

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ ଆସିବା ଅନୁଚିତ୍‌। ଶାସକ ଦଳର ହିଂସା ଓ ଅରାଜକତାକୁ ଦୃଢ଼ ନିନ୍ଦା କରୁଛି। ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ’। 

Advertisment

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ନିନ୍ଦା କରିବା ପରେ ବିଜେଡି ଏହାର ଜବାବ ରଖିଛି। ବିଜେଡି ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ହାରିବା ଭୟରେ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ହିଂସା କରୁଛି। ବିଜେଡି ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ଗଣତନ୍ତ୍ରକୁ ସୁଦୃଢ କରାଯାଇପାରିବ।’ ଏହାସହ ପ୍ରଣବ ପ୍ରକାଶ ଦାସ  ବିଜେପି ବିଧାୟକ ଓ ସାଂସଦଙ୍କ ହିଂସା ପ୍ରସଙ୍ଗ ଉଠାଇଛନ୍ତି। 

Odisha Panchayat Polls Odisha Panchayat Elections Election Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ