Advertisment

ପଞ୍ଚାୟତ ନିର୍ବାଚନ: ଗୋଟିଏ ପରିବାରର ୩ ବୋହୂ, ମା-ଝିଅ ବି ଲଢ଼ୁଛନ୍ତି !

ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।

ଅଦ୍ୟତନ ହୋଇଛି
undefined

Panchayat election

Advertisment

ପଞ୍ଚାୟତ ନିର୍ବାଚନରେ ବି ବଂଶବାଦ ରାଜନୀତି । କେଉଁଠି ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନୀ ମଇଦାନ୍‌କୁ ରାଜା ଓହ୍ଲାଇଛନ୍ତି ତ ଆଉ କେଉଁଠି ପ୍ରଜା ଲଢୁଛନ୍ତି ସରପଞ୍ଚ ପଦବୀରେ । ୫ରୁ ୬ ଦଶନ୍ଧି ଧରି ରାଜୁତି କରିଆସୁଥିବା ପରିବାର ବି ଏଥର ମଉକା ଛାଡ଼ିବାକୁ ଚାହୁଁ ନାହାଁନ୍ତି । କେବଳ ଏତିକି ନୁହେଁ, ଫ୍ୟାମିଲି ଫାଇଟ୍‌ର ରୋଚକ ଦୃଶ୍ୟ ବି ଦେଖିବାକୁ ମିଳୁଛି । 

Advertisment

ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କେତେକାଂଶରେ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ରାଜା ରାଜୁଡ଼ା ଶାସନ ତ ଆଉ ନାହିଁ, କିନ୍ତୁ ୮ଶହ ବର୍ଷର ରାଜକୀୟ ପରମ୍ପରାକୁ ତାଙ୍କ ଦ୍ୱାରା ସମ୍ପାଦିତ ହେଉଥିବାର ଦୃଶ୍ୟ ଆମେ ଦେଖି ଆସୁଛନ୍ତି ରଥଯାତ୍ରା ସମୟରେ । ରାଜକୀୟ ପୋଷାକ ସହ ହାତରେ ତରବାରୀ ଧରି ରାଜା ବେଶରେ ନିଜର କର୍ତ୍ତବ୍ୟ ପାଳନ କରନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ହେଲେ ଏଥର କିନ୍ତୁ ଅବତୀର୍ଣ୍ଣ ହୋଇଛନ୍ତି ପ୍ରତ୍ୟକ୍ଷ ରାଜନୀତିର ରଣକ୍ଷେତ୍ରରେ ।

ପଞ୍ଚାୟତ ପଲିଟିକ୍ସର ମଇଦାନ୍‌କୁ ଓହ୍ଲାଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳି । ଧରାକୋଟ ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଦାଖଲ କରିଛନ୍ତି ନାମାଙ୍କନ । ପୂର୍ବତନ ବିଧାୟିକା ତଥା ମାଆ ନନ୍ଦିନୀ ଦେବୀ ଓ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କହିଛନ୍ତି, ଲୋକଙ୍କ ସେବା କରିବା ପାଇଁ ରାଜନୀତି ହେଉଛି ଶ୍ରେଷ୍ଠ ମାଧ୍ୟମ ।

Advertisment

କେବଳ ରାଜ୍ ପରିବାର କାହିଁକି, ବିଧାୟକ, ସାଂସଦଠୁ ମୁଖ୍ୟମନ୍ତ୍ରୀ ଭଳି ପଦପଦବୀର ସ୍ୱାଦ ଚାଖିଥିବା ରାୟଗଡ଼ାର ଗମାଙ୍ଗୋ ପରିବାର ବି କ୍ଷମତା ଦଖଲ କରିଆସୁଛନ୍ତି ବର୍ଷ ବର୍ଷ ଧରି । ବିଧାୟକ ରଘୁନାଥ ଗମାଙ୍ଗୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ ସାଂସଦ ତଥା ତାଙ୍କ ପତ୍ନୀ ହେମା ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗୋମାଙ୍ଗୋ, ପୁତୁରା ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗୋ, ଆଜିକୁ ୫୬ ବର୍ଷ ଧରି ରାୟଗଡ଼ା ଜିଲ୍ଲା ଖିଲାପଦର ସରପଞ୍ଚ ପଦବୀ ଏହି ପରିବାର ଦଖଲରେ ରହିଆସିଛି । ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଆସିଛନ୍ତି ଜଣଙ୍କ ପରେ ଜଣେ ।

ହେଲେ ଏଥର କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି । ଗିରିଧର ଗମାଙ୍ଗୋଙ୍କ ଶ୍ୱଶୁର ଲିଙ୍ଗା ଗମାଙ୍ଗୋଙ୍କ ତିନି ପୁତ୍ର ବୋହୂ ଉଷା, ସବିତା ଓ ପାର୍ବତୀ ଓହ୍ଲାଇଛନ୍ତି ନିର୍ବାଚନକୁ । ଉଷା ସରପଞ୍ଚ ପଦବୀ ପାଇଁ, ସମିତି ସଭ୍ୟ ପାଇଁ ପାର୍ବତୀ ଓ ଜିଲ୍ଲା ପରିଷଦ ପାଇଁ ସବିତା ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ନବରଙ୍ଗପୁରରେ ବି ରୋଚକ ଲଢ଼େଇ । ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ ପାପଡ଼ାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ୁଥିବା ବେଳେ ବିପକ୍ଷରେ ଛିଡ଼ା ହୋଇଛନ୍ତି ଭୁଜବଳଙ୍କ ଝିଆରୀ ଭାନୁମତି । ଅର୍ଥାତ ଏଠି ପୂରା ଫ୍ୟାମିଲି ଫାଇଟ୍ ।

Advertisment

ଏସବୁ ଭିତରେ ଅଣରାଜନୈତିକ ପରିବାର ବି ଓହ୍ଲାଇଛନ୍ତି ମୈଦାନକୁ । ଜଗତସିଂପୁର ଜିଲ୍ଲା ପଣ୍ଡୁଆ ପଞ୍ଚାୟତରେ ବାପ, ଝିଅ, ବୋହୂ ଲଢୁଛନ୍ତି ଭିନ୍ନ ଭିନ୍ନ ପଦବୀରେ । କବି, ସାହିତ୍ୟିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ କୈଳାସ ଚନ୍ଦ୍ର ସ୍ୱାଇଁ ସରପଞ୍ଚ ପଦବୀ ପାଇଁ ଏବଂ ତାଙ୍କ ଝିଅ ଶୁଭଶ୍ରୀ ସମିତି ସଭ୍ୟା ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି କୈଳାସଙ୍କ ବୋହୂ  ସ୍ୱପ୍ନିତା ସ୍ୱାଇଁ ଜିଲ୍ଲା ପରିଷଦ ସଦସ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Election Commission Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ