Advertisment

ପୌର ନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ, ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି।

Cuttack Municipal Corporation

Cuttack Municipal Corporation

Advertisment

ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍‌ ଗଣତି ହେବ। ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ସମୟ ସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।

Advertisment

ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ। ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥ୍‌ରେ ୨ଟି ଇଭିଏମ୍ ରହିବ।ଗୋଟିଏ ଇଭିଏମ୍‌ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍‌ ଦେଇ ହେବ।  ସେହିପରି ଦ୍ୱିତୀୟ ଇଭିଏମ୍‌ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍‌ ଦେଇ ହେବ।

ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ। ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ। ୧୦୬ NAC/ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ନିର୍ବାଚନ ହେବ। ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବ ନାହିଁ। ଅବଧି ସରିବାର ୩ ବର୍ଷ ପରେ ପୌର ନିର୍ବାଚନ ହେଉଛି। ତେବେ ସିଟ୍‌ ରିଜରଭେସନ୍‌ ନେଇ ହୋଇଥିବା ବିବାଦରୁ ନିର୍ବାଚନରେ ବିଳମ୍ବ ହୋଇଥିଲା। 

Advertisment

ଅନ୍ୟପକ୍ଷେ, ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି। ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି। ଏନେଇ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ସୂଚନା ଦେଇଛନ୍ତି। କଟକର ୫୬ଟି କର୍ପୋରେଟର ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ତେବେ ବିଏମ୍‌ସି ପ୍ରାର୍ଥୀ ଚୟନ ଖୁବଶୀଘ୍ର ହେବ ବୋଲି ଚିରଞ୍ଜୀବ କହିଛନ୍ତି।

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ