Advertisment

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଗୃହରେ ହୋହାଲ୍ଲା

କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ହଟ୍ଟଗୋ, ଲାଗି ରହିବାରୁ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି।

Odisha Monsoon Session

Odisha Monsoon Session

Advertisment

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଥିଲା। ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଅପରାହ୍ନ ୧୨ଟା ୩୪ ମିନିଟ ପର୍ଯ୍ୟନ୍ତ ମୁଲତବି କରିଥିଲେ ବାଚସ୍ପତି। ମୁଲତବି ପରେ ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଗୃହ କାର୍ଯ୍ୟ। ମରୁଡି ସ୍ଥିତି ନେଇ ଗୃହରେ ଆଲୋଚନା ଚାଲିଛି। ଶୂନ୍ୟକାଳ ବାତିଲ କରି ମୁଲତବି ନୋଟିସ ଉପରେ ଆଲୋଚନା ଲାଗି ବାଚସ୍ପଚିଙ୍କ ନିର୍ଦ୍ଦେଶ ପରେ ଆଲୋଚନା ଚାଲିଛି।  ଆଜି ସକାଳେ ଗୃହ ଆରମ୍ଭରୁ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା। ତେଣୁ ଏହାକୁ ବାଚସ୍ପତି ଆଗ୍ରହ୍ୟ କରିଥିଲେ। 

Advertisment

୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଛି। ଆଜି ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ନବୀନ ନିବାସରୁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କାର୍ତ୍ତିକ ତରାଇ ଓ ଅନ୍ୟ ଦିବଙ୍ଗତ ନେତା ଏବଂ କୋଭିଡ ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ।ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଭିଡିଓ କନଫରେନ୍ସିଂରେ ଯୋଡି ହୋଇଥିଲେ। ଆଜି ବାଚସ୍ପତି ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। 

Advertisment

ଅନ୍ୟପକ୍ଷେ, ଅସୁସ୍ଥ ଥିବା ସତ୍ତ୍ୱେ ବିଧାନସଭା କାର୍ଯ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗ ଦେଇଛନ୍ତି। ଗତ କିଛି ଦିନରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଏବେ ବି ଭୁବନେଶ୍ୱର ଏମ୍ସରେ କରୋନା ପରବର୍ତ୍ତୀ ସମସ୍ୟାରେ ସେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ‌ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥିରେ ସେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଏମ୍ସରୁ ଭର୍ଚୁଆଲ ମାଧ୍ୟମରେ ବିଧାନସଭା କାର୍ଯ୍ୟରେ ଯୋଗ ଦେଇଥିଲେ। ଏନେଇ ପ୍ରଦୀପ୍ତ ଟ୍ୱିଟ୍ କରି ନିଜ ମତ ବି ବ୍ୟକ୍ତ କରିଛନ୍ତି। ଲୋକେ ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ତେଣୁ ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ସେ କାର୍ଯ୍ୟ କରିବେ ବୋଲି ଟ୍ୱିଟ୍‌ରେ ଲେଖିଛନ୍ତି।

Advertisment

ସେପଟେ ରାଜ୍ୟରେ ଚାଷୀଙ୍କୁ ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳ ପ୍ରତିବାଦ କରିଛି। ରାଜ୍ୟକୁ ସାର ଯୋଗାଣରେ କେନ୍ଦ୍ର ଅବହେଳା କରିଥିବା ଅଭିଯୋଗ କରିଛି ବିଜୁ କୃଷକ ଜନତା ଦଳ। ପ୍ରତିବାଦ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ। ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜୁ କୃଷକ ଜନତା ଦଳର ସଦସ୍ୟ ପ୍ରତିବାଦ କରିଥିଲେ। ଏହାପରେ ବିଭିନ୍ନ ଦାବି ନେଇ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି ବିଜେଡି କୃଷକ ଜନତା ଦଳ। ବିଜେଡିର ଅଭିଯୋଗରୁ ଅସ୍ୱୀକାର କରିଛନ୍ତି ରାଜ୍ୟ ବିଜେପି ବିଧାୟକ ନାଉରି ନାୟକ। ରାଜ୍ୟ ସରକାର ସାରର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। 

Odisha Odisha Monsoon Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ