Advertisment

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ, କିଏ ଦେଲେ କି ଉପହାର...

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି।

ଅଦ୍ୟତନ ହୋଇଛି
Odisha MLAs call on President Draupadi Murmu at Rashtrapati Bhawan

Odisha MLAs call on President Draupadi Murmu at Rashtrapati Bhawan

Advertisment

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ବିଧାୟକମାନେ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ବିଧାୟକମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ୨୪ ଜଣ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟି ବେଶ୍‌ କିଛି ସମୟ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ।

Advertisment

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏତେ ନିକଟରୁ ତାଙ୍କୁ ଦେଖି ସମସ୍ତେ ଖୁସିରେ ବିଭୋର ହୋଇଛନ୍ତି। ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗର୍ବ ଓ ଗୌରବ। ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିଧାୟକମାନେ ନିଜ ସହ ଆଣିଥିବା ବିଭିନ୍ନ ଉପହାରକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। 

ଜାଣନ୍ତୁ, କେଉଁ ବିଧାୟକ କ’ଣ ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ...

  • କଂଗ୍ରେସ ବିଧାୟକ ତାରାବାହିନୀପତି କୋଟପାଡ଼ର ପ୍ରସିଦ୍ଧ ଶାଢ଼ୀ ଦେଇଥିଲେ
  • ପ୍ରମିଳା ମଲ୍ଲିକ ବି ଶାଢ଼ୀ ଉପହାର ଦେଇଥିଲେ
  • ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖିଥିଲେ। ଏହି କବିତାକୁ ଶ୍ରୀ ସେଠୀ ସେଠାରେ ପାଠ କରିବା ସହ କବିତା ସଙ୍କଳନକୁ ଫ୍ରେମ୍ କରି ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ
Advertisment

ଏଥି ସହ ବିଧାନସଭା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ତାରକସୀରେ ତିଆରି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରାଯାଇଛି। ପରେ ପରେ ରାଷ୍ଟ୍ରପତିଙ୍କ ସହ ସମସ୍ତେ ଜଳପାନ କରିଥିଲେ। ଏହି ଅବସରରେ ସବୁ ବିଧାୟକମାନେ ମହାମହିମ ଦୌପଦୀ ମୁର୍ମୁଙ୍କ ସହ ଗ୍ରୁପ୍ ଫଟୋ ଉଠାଇଥିଲେ। ଶେଷରେ ବିଧାୟକମାନେ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ।  

Advertisment

Odisha Mla Draupadi Murmu Rashtrapati Bhawan President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ