Advertisment

୨୪ ନିର୍ବାଚନ ପୂର୍ବରୁ ସରକାର ଆଣିପାରନ୍ତି ଲୋଭନୀୟ ସ୍କିମ୍

୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି

Odisha likely to witness rollout of major schemes ahead of 2024 polls

Odisha likely to witness rollout of major schemes ahead of 2024 polls

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ସ୍କିମ୍ କସରତ। ୧୪ ମାସର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ। କାଳିଆ, ପିଠା ଭଳି ଲୋଭନୀୟ ସ୍କିମ୍ କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ। ସାଧାରଣ ନିର୍ବବାଚନ ପାଇଁ ପ୍ରତିଷ୍ଠା ଦିବସରେ ବିଜେଡି ବିଗୁଲ ବଜାଇବା ପରେ ଏବେ ସରକାରୀ ସ୍ତରରେ ବି ନିର୍ବାଚନୀ କସରତ ଏବେଠାରୁ ନିର୍ବାଚନ ଯାଏଁ, ଅର୍ଥାତ ୧୪ ମାସିଆ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ସବୁ ବିଭାଗକୁ ଦିଆଯାଇଛି। ନିର୍ଦ୍ଦେଶ ଭଲ ଭାବେ ଦେଖନ୍ତୁ ଯୋଜନା ଓ ସଂଯୋଜନ ବିଭାଗର ଏହି ନୋଟ୍ ସିଟ୍‌କୁ ଏଥିରେ ନୂଆ ଯୋଜନା ପ୍ରଣୟନ ସାଙ୍ଗକୁ ଯେଉଁସବୁ ପ୍ରୋଜେକ୍ଟ ଓ ସ୍କିମ୍ ହାତକୁ ନିଆଯାଇଛି, ସେଥିରୁ ଜନ ସାଧାରଣ ଯେମିତି ସର୍ବାଧିକ ଲାଭ ପାଇପାରିବେ ସେ ନେଇ ପଦକ୍ଷେପ ନିଅ। 

Advertisment

ସେପଟେ ୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି। ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଯେମିତି କାଳିଆ, ପିଠା, ବିଜୁ ଯୁବ ବାହିନୀ, ଆମ ଗାଁ ଆମ ବିକାଶ ଭଳି ମାଳ ମାଳ ଯୋଜନା କରିଥିଲେ, ଠିକ୍ ସେହି ଢାଞ୍ଚାରେ ଏଥର ବି ପ୍ରୟାସ ଆରମ୍ଭ ହୋଇଛି। ସରକାର ବିରୋଧରେ ମାହୋଲ ଥିବାରୁ ତାକୁ କାଉଣ୍ଟର କରିବାକୁ ଏସବୁ ଉଦ୍ୟମ ବୋଲି କୁହାଯାଉଛି। ବିରୋଧୀ କହିଛନ୍ତି, ଗତ ନିର୍ବାଚନରେ ବିଜୟ ପାଇଁ ସରକାର ଯେଉଁ ଭଳି ବିଭିନ୍ନ ଯୋଜନା ଆରମ୍ଭ କଲେ ଏବଂ ପରେ ବନ୍ଦ କରିଦେଲେ ସେ ଷଡ଼ଯନ୍ତ୍ର ସାଧାରଣ ଲୋକେ ବୁଝିସାରିଛନ୍ତି। ଏଥର ଯେତେ ପ୍ରହେଳିକା ତିଆରି କଲେ ବି ଲୋକେ ସେଥିରେ ପଡିବେ ନାହିଁ ବୋଲି ବିଜେପି କହିଛି। ସେହିପରି କଂଗ୍ରେସ୍ କହିଛି, ଯେତେ ଯାହା ହେଲେ ବି ସରକାର ବିରୁଦ୍ଧରେ ଲୋକେ ଭୋଟ୍ ଦେବେ ବିଜେଡି ଏହାର ଜବାବ ରଖିଛି।

ଏହା ଭିତରେ ସରକାରୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲିବା ଆରମ୍ଭ କରିଦେଇଛନ୍ତି ବାଲେଶ୍ୱର ଓ ଅନଗୁଳ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଆଗକୁ ଅନ୍ୟ ଜିଲ୍ଲା ଗସ୍ତରେ ଯିବେ। ତେବେ ଏହାର କେତେ ପ୍ରଭାବ ପଡ଼ିବ, ଆଗକୁ କି କି ସ୍କିମ୍ ଆଣିବେ ତା ଉପରେ ସମସ୍ତଙ୍କ ନଜର।

Advertisment

(ନୂଆପଡ଼ାରୁ ମାୟାଧର ସରାଫ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ