Advertisment

ଭାରତୀଙ୍କ ସମର୍ଥନରେ ବାହାରିଲେ ବିଶ୍ୱେଶ୍ୱର ଟୁଡୁ, କହିଲେ, ଓଡ଼ିଶାରେ ୪ ବର୍ଷ ହେଲା ଚାଲିଛି ସାଉଥ୍ ଇଣ୍ଡିଆ କଂପାନୀ ଶାସନ

ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା ।

undefined

Bharati Singh

Advertisment

ସରକାରୀ ବିଧି ବ୍ୟବସ୍ଥା ଓ ପାଣ୍ଡିଆନଙ୍କ ବିରୋଧରେ ମନ୍ତବ୍ୟ ପରେ ବ୍ୟାଙ୍କ ମିତ୍ର ଚାକିରି ହରାଇଥିବା ଭାରତୀ ସିଂ ଏବେ ଚର୍ଚ୍ଚାରେ । ଉଚ୍ଚଶିକ୍ଷିତା ଆଦିବାସୀ ଝିଅ ଭାରତୀଙ୍କ ସପକ୍ଷରେ ବଢୁଛି ସମର୍ଥନ। ପାଣ୍ଡିଆନଙ୍କୁ ଖୁସି କରିବାକୁ ନିରିହ ଆଦିବାସୀ ଝିଅକୁ ନିର୍ଦ୍ଦିଷ୍ଟ ମୁଷ୍ଟିମେୟ SHG ଗୋଷ୍ଠୀ ବଳି ପକାଇଥିବା ଅଭିଯୋଗ ଆଣି ସରକାର ବିରୋଧୀ ସ୍ୱରକୁ ଶାଣିତ କରିଛନ୍ତି ବିଭିନ୍ନ ସଂଗଠନ। ସେପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବି ରାଜ୍ୟ ସରକାରଙ୍କୁ ନିଶାନା କରି କହିଛନ୍ତି, ଏଠି ୪ ବର୍ଷ ହେଲା ସାଉଥ୍ ଇଣ୍ଡିଆ କଂପାନୀ ଶାସନ ଚାଲିଛି ।

Advertisment

ସହରଠାରୁ ଅପହଞ୍ଚ କୁସୁମଘାଟର ଭୂମିଜ ସମ୍ପ୍ରଦାୟର ଭାରତୀ ଜଣେ ଉଚ୍ଚଶିକ୍ଷିତା । ଓଡ଼ିଆରେ ପିଜି କରିଛନ୍ତି । ଭଲ ଚାକିରି ପଛରେ ନ ପଡ଼ି ଗାଁ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବ୍ୟାଙ୍କ ମିତ୍ର ସାଜି ମଙ୍ଗ ଧରିଥିଲେ ୪ ବର୍ଷ ହେଲା । ଖେଳକୁଦ ଠାରୁ ଆରମ୍ଭ କରି ନିଃସ୍ୱାର୍ଥପର ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜିଛନ୍ତି ଭାରତୀ । ପରିବାର କହିଲେ ଶାଶୁ, ଶ୍ୱଶୁର, ସ୍ୱାମୀ ଓ ଗୋଟିଏ ପୁଅ । ସ୍ୱାମୀ ଜଣେ ଡ୍ରାଇଭର । କିନ୍ତୁ ଚାଷବାସ କରି ଚଳନ୍ତି ୫ ପ୍ରାଣୀ କୁଟୁମ୍ବ। ଏଭଳି ସ୍ଥିତିରେ ଟଙ୍କା ୬ ହଜାର ଦରମା ପାଉଥିବା ଭାରତୀଙ୍କୁ ବହିଷ୍କାର ନୋଟିସ୍ ପରେ ମାନସିକ ଦୁଶ୍ଚିନ୍ତା ବଢ଼ିଛି । SHG ଏବଂ ବ୍ୟାଙ୍କ ମିତ୍ରଙ୍କ ହକ୍ ପାଇଁ ଲଢ଼ିବାକୁ ଯାଇ ପାଣ୍ଡିଆନଙ୍କ ବିରୋଧରେ ମିଡ଼ିଆରେ କହିଲେ ବୋଲି ତାଙ୍କ ବିରୋଧରେ ନାନା ମିଛ ଅଭିଯୋଗ ଲଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୁଣିଥରେ କହିଛନ୍ତି ଭାରତୀ।

ଭାରତୀଙ୍କୁ ବହିଷ୍କାର ପଛର କାରଣ ଯାହା ବି ଥାଉ। ବ୍ୟବସ୍ଥାକୁ ନେଇ ମୁହଁ ଖୋଲିବା ପରେ ଜଣେ ଉଚ୍ଚଶିକ୍ଷିତା ଆଦିବାସୀ ଝିଅ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କେତେଦୂର ଠିକ୍? ମୟୁରଭଞ୍ଜ ଜିଲ୍ଲା ମିଶନ ଶକ୍ତିର ପ୍ରୋଜେକ୍ଟ ମ୍ୟାନେଜର କାଲି କହିଥିଲେ, ଅନୁଧ୍ୟାନ କରି ୧୦/୧୫ ଦିନ ଭିତରେ ନିଷ୍ପତ୍ତି ନେବୁ। ତେବେ ଜିଲ୍ଲା ପ୍ରଶାସନ ବି ଟାଳଟୁଳ ନୀତି ଅବଲମ୍ବନ କରୁଛି କି ? ଏଭଳି ନାନା ପ୍ରଶ୍ନ ଭିତରେ ଭାରତୀଙ୍କ ସପକ୍ଷରେ ବାହାରିଛନ୍ତି SHG ଓ ବିଭିନ୍ନ ଅନୁଷ୍ଠାନ।
ତେଣେ ଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କହିଛନ୍ତି, ସମୟ ଆସିଗଲାଣି, କୌରବ ବଂଶ ଭଳି ଧ୍ୱଂସ ପାଇଯିବ ବିଜେଡି। ଏକଦା ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ଶାସନ କରୁଥିଲା। ଏବେ ଓଡ଼ିଶାରେ ସାଉଥ୍ ଇଣ୍ଡିଆ କଂପାନୀ ୪ ବର୍ଷ ହେଲା ଶାସନ କରୁଛି । ଯେତିକି କାରନାମା କରିଛନ୍ତି, ବିଜେପି ସରକାର ଆସିଲେ ଫଳ ଭୋଗିବେ । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି କହିଛି, ଚାଲୁଣି କହୁଛି ଛୁଞ୍ଚିକୁ । 

Advertisment
Odisha SHG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ