Advertisment

ରାଜ୍ୟ ବୁଲୁଛନ୍ତି ରାଜ୍ୟପାଳ; ଲୋକଙ୍କ ଦୁଃଖ ବୁଝୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଉଛନ୍ତି..

ଜିଲ୍ଲା ବୁଲୁଛି ରାଜ୍ୟପାଳଙ୍କ ଦରବାର। ଲୋକଙ୍କଠୁ ଅଭିଯୋଗ ବି ସଂଗ୍ରହ ହେଉଛି ଓ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖାଯାଉଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ସଫଳ ରୂପାୟନ ନେଇ ଡିଣ୍ଡିମ ପିଟା ଉପରେ ଉଠିଛି ପ୍ରଶ୍ନ।

ଅଦ୍ୟତନ ହୋଇଛି
undefined

Raghubar Das

Advertisment

ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ରାଜ୍ୟପାଳ । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । କେନ୍ଦ୍ର ଓ ରାଜ୍ୟ ଯୋଜନା ଲୋକଙ୍କ ପାଖେ ପହଞ୍ଚୁଛି କି ନା ତାର ତଦାରଖ ବି କରୁଛନ୍ତି । ରାଜ୍ୟର ପଛୁଆ ଜିଲ୍ଲା ମାଲକାନଗିରି ଓ କୋରାପୁଟ ଗସ୍ତ କରି କେମିତି ସିଧାସଳଖ ଲୋକଙ୍କ ସହ ମିଶିଛନ୍ତି । ମହିଳା ସଶକ୍ତିକରଣ ସହ ଦାରିଦ୍ର୍ୟ ଦୂରୀକରଣ ମାନସିକତାଠାରୁ ଉର୍ଦ୍ଧ୍ୱରେ ରହିବାର ମନ୍ତ୍ର ବି ଦେଇଛନ୍ତି ଗଭର୍ଣ୍ଣର ।

Advertisment

ଗତକାଲି ମାଲକାନଗିରି ଜିଲ୍ଲାର ମାଥିଲି ମେଡିକାଲରେ ରୋଗୀଙ୍କୁ ଭେଟି ସମସ୍ୟା ବୁଝିଥିଲେ ରାଜ୍ୟପାଳ । ପାଙ୍ଗାମ ଗାଁରେ ଅଙ୍ଗନବାଡି ନଥିବା ଜାଣିବା ପରେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅର୍ଥାଭାବ ଯୋଗୁଁ କିଭଳି ଆଇଏଏସ୍ ବନିବାର ସ୍ୱପ୍ନ ଅଧାରେ ରହିଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ଜଣେ ଛାତ୍ରୀ । ଏହାପରେ ରାଜ୍ୟପାଳ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସଂପୃକ୍ତ ଛାତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।

ସେହିପରି ଆଜି କୋରାପୁଟ ବୋରିଗୁମ୍ମାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଉଜ୍ଜଳା ଯୋଜନାର ତଦାରଖ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ରକୁ ବି ଯାଇଥିଲେ । ପଟାଙ୍ଗି ଏକଲବ୍ୟ ଆଦର୍ଶ ବିଦ୍ୟାଳୟକୁ ଯାଇ ବି ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ ଗଭର୍ଣ୍ଣର ।

Advertisment

ଏଣେ ରାଜ୍ୟପାଳଙ୍କ ଏଭଳି ଘନ ଘନ ଜିଲ୍ଲା ଗସ୍ତ ଓ ଅଭିଯୋଗ ଶୁଣାଣିକୁ ନେଇ ହଲଚଲ୍ ରାଜ୍ୟ ରାଜନୀତି । ଚଳିତ ମାସ ୫ରୁ ୭ ତାରିଖ ଭିତରେ ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ କାଳରେ ସ୍କୁଲ୍ ଭିତ୍ତିଭୂମି, ବୃଦ୍ଧାଶ୍ରମ, ହଷ୍ଟେଲ୍, ଏମ୍ସିଏଲ୍ ଯୋଗୁ ପ୍ରଦୂଷଣ, ଭୂତଳ ଜଳସ୍ତର ହ୍ରାସ ଏବଂ ହାତୀ ଉପଦ୍ରବ ପ୍ରସଙ୍ଗରେ ସ୍ଥାନୀୟ ଲୋକଙ୍କଠୁ ଅଭିଯୋଗ ଶୁଣିଥିଲେ । ଯାହାକୁ ଆଧାର କରି ଗତ ୮ତାରିଖରେ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।

ତାପରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ତତ୍ପରତା। ଗୋଟିଏ ପଟେ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଘୋଷଣା କରୁଛନ୍ତି ଆଉ ଅନ୍ୟପଟେ ରାଜ୍ୟପାଳଙ୍କ ଜିଲ୍ଲାଗସ୍ତ ବେଳେ ତାଙ୍କ ଆଗରେ ସାଧାରଣ ଲୋକେ ଅଭିଯୋଗର ମାଳ ମାଳ ଫର୍ଦ୍ଦ ଦାଖଲ କରୁଛନ୍ତି । ତେଣୁ ଏଠି ପ୍ରଶ୍ନ ବାସ୍ତବରେ ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ପାଖରେ ବିକାଶ ପହଞ୍ଚୁଛି ତ ? ଯାହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

Advertisment

ସୂଚନା ଅନୁସାରେ ରାଜ୍ୟପାଳ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ । ସମ୍ବିଧାନ ବିଷାରଦ କହିଛନ୍ତି, ପ୍ରଶାସନିକ ବ୍ୟବସ୍ଥାରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ରାଜ୍ୟପାଳ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ।

CM Naveen Patnaik Governor Raghubar Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ