Advertisment

କୋର୍ଟଙ୍କ ପରେ ଗଜପତି ବି ହଁ କଲେ; ହେଲେ ରତ୍ନଭଣ୍ତାରକୁ ନେଇ ମୁହଁ ଖୋଲୁନି ସରକାର

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ।

undefined

Ratna Bhandar

Advertisment

ଅଗଷ୍ଟ ୪ରୁ ଅକ୍ଟୋବର ୨୦ । ଅଢେଇ ମାସ ବିତିଗଲା । ହେଲେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପ୍ରସଙ୍ଗରେ କିନ୍ତୁ ନିଦାବିଷ୍ଣୁ ରାଜ୍ୟ ସରକାର । ତା’ସହ ପ୍ରଶ୍ନ- ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଏହାର ତାଲିକା ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ ସତରେ ରାଜ୍ୟ ସରକାର ପାଇନାହାନ୍ତି ? ନା ଜାଣିଶୁଣି ଚାପି ବସିଛନ୍ତି ?

Advertisment

ସେହିପରି ଏଏସ୍ଆଇ ଅଧୀକ୍ଷକଙ୍କୁ ଦୁର୍ବଳ ରତ୍ନଭଣ୍ଡାର କାନ୍ଥର ଲେଜର ସ୍କାନିଂ ଯଥାଶୀଘ୍ର କରି ସ୍ଥିତି ପରଖିବାକୁ ବି ସେଦିନ ମ୍ୟାନେଜିଂ କମିଟି ପ୍ରସ୍ତାବ ଦେଇଥିଲା । ହେଲେ ଏତେ ଦିନ ଭିତରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା କରିଛି କଣ ? ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ମହାରାଜା ଏକ ପ୍ରେସ୍ ରିଲିଜ୍ ଜରିଆରେ ଆସନ୍ତା ୨୦୨୪ ରଥଯାତ୍ରା ସମୟ ଓ ତା ପରବର୍ତ୍ତୀ କିଛି ମାସ ନୀତିକାନ୍ତି କମ୍ ଥିବାରୁ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ହିଁ ପ୍ରକୃଷ୍ଟ ସମୟ ବୋଲି ପରିଚାଳନା କମିଟିର ନିଷ୍ପତ୍ତି ନେଇ ସୂଚିତ କରିବା ପରେ ଉଠିଛି ଏଭଳି ନାନାଦି ପ୍ରଶ୍ନ ।

ଏମିତିକି ଗତ ସେପଟେମ୍ବର ୨୯ ତାରିଖରେ ମଧ୍ୟ ହାଇକୋର୍ଟ ରତ୍ନଭଣ୍ଡାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ, ଯଦି ଅଳଙ୍କାର ଗଣତି ପ୍ରକ୍ରିୟାର ତଦାରଖ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିବେଦନ କରେ, ତାହେଲେ ୬୦ ଦିନ ଭିତରେ ଏ ନିଷ୍ପତ୍ତି ନେବାକୁ ବି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ତାସତ୍ତ୍ୱେ ବି ସରକାର କିଛି ପଦକ୍ଷେପ ନେଇନାହାଁନ୍ତି । ଏପଟେ ଖୋଦ୍ ପରିଚାଳନା କମିଟି ସଦସ୍ୟ ଓ ସେବାୟତ ବି ଠାକୁରଙ୍କ ପ୍ରତି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେଣି ।

Advertisment

ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ନେଇ ଥମୁନି ବିରୋଧୀଙ୍କ ନିଶାନା । ବିଜେପି ଏନେଇ ଦୁଇଦିନ ତଳେ ଗଜପତି ମହାରାଜାଙ୍କୁ ଭେଟି ଗୁହାରି କରିବା ପରେ ଆଜି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରି କହିଛି- କେମିତି ନିର୍ବାଚନ ଗଡ଼ିଯିବ ଓ ତା’ ଭିତରେ ଏକଥା ଆଉ ନଉଠିବ ସେଥିରେ ମାତିଛନ୍ତି । ସେହିପରି କଂଗ୍ରେସ କହିଛି- ରାଜ୍ୟ ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି, ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ତେଣେ ବିଜେଡିର ଜବାବ- ଗଜପତିଙ୍କ କଥାନୁସାରେ ଆରବର୍ଷକୁ ଅପେକ୍ଷା କରାଯାଉ ।

ଏବେ ଅପେକ୍ଷା ସୁପ୍ରିମକୋର୍ଟ ଓ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର କମିଟି ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ଆଉ କେତେ ସମୟ ନେଉଛନ୍ତି ରାଜ୍ୟ ସରକାର ।

Advertisment
Odisha Politics Ratna Bhandar Gajapati Maharaj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ