‘କଣ୍ଟାବାଞ୍ଜିରେ ଲଢ଼ୁଛନ୍ତି ନବୀନ, ହେଲେ ୧୦ଟା ଗାଁର ନାଁ କହିପାରିବେ କି ?’

ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି ।

Narendra Modi

ବଲାଙ୍ଗୀର ସଭାରେ ଆସୁ ଆସୁ ବର୍ଷିଲେ ମୋଦି । କହିଲେ ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି । ଓଡ଼ିଶାରେ ବିଜେଡି ସରକାରର କାଉଣ୍ଟଡାନ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ । ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି ।

କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା। ଆମ ସରକାର ପାଇକ ସଂଗ୍ରାମକୁ ସ୍ୱୀକୃତି ଦେଇ ଡାକଟିକେଟ କରିଛି । ବିଜେପି ଜଣେ ଆଦିବାସୀ ଝିଅକୁ ଦେଶର ରାଷ୍ଟ୍ରପତି କରିଛି । ଓଡ଼ିଶା ଝିଅ ଆଜି ଦେଶକୁ ମାର୍ଗଦର୍ଶନ କରାଉଛନ୍ତି । ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଓଡ଼ିଶାର ମହାପୁରୁଷମାନେ ଓଡ଼ିଶାର ସ୍ଥିତି ଦେଖି କଣ କହୁଥିବେ । ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । 

ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ । ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ । ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦି ଗ୍ୟାରେଣ୍ଟି । ଧନୀ ଓଡ଼ିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି । ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ପୂରା ବରବାଦ ହୋଇଛି । 

ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ପଚାରିବେ । ନବୀନଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ ପଚାରିବେ । ନବୀନ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି । ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି । ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ । ଏଠିକାର ସରକାରକୁ ଆପଣଙ୍କର କୌଣସି ଚିନ୍ତା ନାହିଁ । ଏଭଳି ସରକାର ଯିବା ଉଚିତ କି ନାହିଁ, କହନ୍ତୁ । ଓଡ଼ିଶାରେ ଡବଲ ଇଂଜିନ ସରକାର ଏକଦମ ପକ୍କା ବୋଲି ପୁଣି ଦୋହରାଇଛନ୍ତି ମୋଦି ।