Advertisment

ଶ୍ରୀମୟୀ ଗଲେ କୁଆଡେ ? ନା ଦେଖାଯାଉଛନ୍ତି ନା ପ୍ରଚାର କରୁଛନ୍ତି..

କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍‌ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା।

Shreemayee Mishra

Shreemayee Mishra

Advertisment

କୁଆଡ଼େ ଗଲେ ଶ୍ରୀମୟୀ ? ଭୁବନେଶ୍ୱରରେ ଅଛନ୍ତି ନା ବଲାଙ୍ଗୀରରେ ? ସବୁବେଳେ ଆକ୍ଟିଭ୍‌ ରହୁଥିବା ନେତ୍ରୀ ଯେମିତି ପଡ଼ିଯାଇଛନ୍ତି ନିରବ। ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମୟୀ ମିଶ୍ରଙ୍କ ଦେଖା ମିଳୁନି। ନା ରାଜଧାନୀରେ ବୁଲୁଛନ୍ତି ନା ଦଳ ପାଇଁ ଅନ୍ୟ କେଉଁଠି ପ୍ରଚାର କରୁଛନ୍ତି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି, ଶ୍ରୀମୟୀ ଗଲେ କୁଆଡେ।

Advertisment

କୁହାଯାଉଥିଲା, ବିଜେଡି ଶ୍ରୀମୟୀଙ୍କୁ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିବ। ରାଜଧାନୀରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରି ମହିଳା କାଡ୍‌ ଖେଳିବ ବିଜେଡି। ଯିଏ ବିଜେପିର ଅପରାଜିତାଙ୍କୁ ଚେକ ଦେବାକୁ ସମର୍ଥ ହେବେ। ହେଲେ ଦଳ ଅପ୍ରତ୍ୟାଶିତ ଭାବେ ପ୍ରାର୍ଥୀଙ୍କ ନାଁ ଘେୋଷଣା କଲା। କଂଗ୍ରେସ ବରିଷ୍ଠନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାତରାୟ ଦଳରେ ଯୋଗ ଦେବାର ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ଭୁବନେଶ୍ୱର ପାଇଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ନବୀନ। ଯାହାକୁ ନେଇ ବିଜେଡିର କିଛି ମହିଳା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ବୋଲି କୁହାଯାଏ।

ପୂର୍ବରୁ ବିଜେଡି ସରକାରରେ ଅନେକ ପଦପଦବୀରେ ରହି କାର୍ଯ୍ୟ ତୁଲାଇଛନ୍ତି ଶ୍ରୀମୟୀ। କାଳେ ଓଟିଡିସି ଅଧ୍ୟକ୍ଷା ଥିବା ବେଳେ ଶ୍ରୀମୟୀଙ୍କ କାମ ସୁପ୍ରିମୋଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଆଉ ସେଥିପାଇଁ ତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ। ଭୁବନେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବା ନେଇ ସ୍ଥିର ମଧ୍ୟ କରିଥିଲେ। ହେଲେ ଶେଷ ସମୟରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା। ପରେ ପରେ ବିଜେଡିର ଷ୍ଟାର ପ୍ରଚାରକ ଘୋଷଣା କରାଯାଇଥିଲା। ଷ୍ଟାର ପ୍ରଚାରକ ତାଲିକାରେ ଶ୍ରୀ ମୟୀଙ୍କ ନାଁ ରହିଥିଲେ ମଧ୍ୟ ନା ଶ୍ରୀମୟୀ ପ୍ରଚାରକୁ ଓହ୍ଲାଉଛନ୍ତି। ନା ନିଜ ଦଳର କୌଣସି ପ୍ରାର୍ଥୀ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି। ହଠାତ୍‌ ନିର୍ବାଚନ ସମୟରେ ଶ୍ରୀମୟୀ ଉଭାନ୍‌ ହେବା ସାଧାରଣରେ ଖୁବ୍‌ ଚର୍ଚ୍ଚା ହେଉଛି।

Advertisment

ନିର୍ବାଚନ ପୂର୍ବରୁ ବିଜେଡିର ସକ୍ରିୟ ରହୁଥିବା ଏହି ନେତ୍ରୀ ହଠାତ୍‌ କେଉଁଆଡେ ଉଭାନ୍‌ ହେବାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। କ’ଣ ଶ୍ରୀମୟୀଙ୍କୁ ଠକି ଦେଲାକି ଦଳ ? ନା ଟିକେଟ୍‌ ମିଳିଲାନି ବୋଲି ରୁଷିଛନ୍ତି ଶ୍ରୀମୟୀ ? ଯଦି ଏପରି କିଛି ବି ନାହିଁ ପ୍ରଚାର ମୈଦାନକୁ ଓହ୍ଲାଉନାହାନ୍ତି କାହିଁକି ?

BJD General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ