Advertisment

‘ଆମେ ଭୋଟ ଦେବା, ଅନ୍ୟମାନଙ୍କୁ ଦେବା ପାଇଁ ବି ପ୍ରବର୍ତ୍ତାଇବା’

ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି।

ଅଦ୍ୟତନ ହୋଇଛି
Vote

Vote

Advertisment

ଭୋଟ ଦେବା ପାଇଁ ଛାତ୍ରୀମାନଙ୍କୁ ଶପଥ କରାଇଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରମାଦେବୀ ଛାତ୍ରୀମାନେ ଭାଗ ନେଇ ନିରପେକ୍ଷ ଭାବେ ନିଜ ପସନ୍ଦ ନେତାଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ।

Advertisment

ନିଜେ ଭୋଟିଂ କରିବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ବୁଝାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମ ଥର ଯେଉଁମାନେ ଭୋଟ ଦେବେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହାଛଡା ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି।

ପୁଲିଂ ବୁଥରେ ସବୁ କର୍ମଚାରୀ ମହିଳା ମାନେ ହିଁ ରହିବେ । ଭୁବନେଶ୍ୱରରେ ୧୩ ଲକ୍ଷ ପାଖାପାଖି ଭୋଟର ଥିବାବେଳେ ଅତିବେଶୀରେ 4 ଲକ୍ଷ ଭୋଟର ଭୋଟ ଦିଅନ୍ତି। ଚଳିତ ନିର୍ବାଚନରେ ସବୁ ଭୋଟର ଭୋଟ ଦେବାପାଇଁ ଆଗେଇ ଆସିବାକୁ କୁହାଯାଇଛି। ଭୋଟ ପରେ ସେଲ୍ଫି ନେଇ ସୋସିଆଲ ମିଡିଆରେ ଅପଲୋଡ କରି ବିଏମସିକୁ ଟ୍ୟାଗ କରିବା ପାଇଁ ବିଏମସି କମିଶନର ଅନୁରୋଧ କରିଛନ୍ତି ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ