ସମ୍ବଲପୁର ସଭାମଞ୍ଚରେ ଓଡ଼ିଆ ବରପୁତ୍ରଙ୍କୁ ଭୁଲ୍ ସମ୍ବୋଧନ କଲେ ପାଣ୍ଡିଆନ୍ !

ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ ।

VK Pandian

ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ଓଡ଼ିଶାର ବରପୁତ୍ରଙ୍କୁ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ସମ୍ବୋଧନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ଏନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ବଲପୁର ବିଜେଡି ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଏହାକୁ ସ୍ଲିପ୍ ଅଫ୍ ଟଙ୍ଗ୍ ହୋଇଥିବ ବୋଲି ସଫେଇ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଉପସ୍ଥାପିକା କାନ୍ତକବିଙ୍କୁ କଣ୍ଠକବି କହିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହୋଇଥିଲା ।

ଅଧିକ ପଢ଼ନ୍ତୁ: ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

ଅନ୍ୟପଟେ ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଗତକାଲି ସନ୍ଧ୍ୟାରେ ଜଟଣୀ ଛତାବରରେ ବିଜେପି ପରିବର୍ତ୍ତନ ସଭାରେ ଭାଷଣ ଦେଇ ହିମନ୍ତ ସିଧାସଳଖ ନିଶାନା କରି କହିଥିଲେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି । କମିଶନ ତଦନ୍ତ କଲେ, ହେଲେ ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି ।

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ । ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା । ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା । ରାଜନୀତିରେ ଠକାମୀ ପାଇଁ ନୋବେଲ୍ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା । ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ତା’ସାଙ୍ଗେ ମିଶାଇ ଅଧ କିଲୋ ଡାଲି ଦିଅ ବୋଲି ଓଡ଼ିଶା ସରକାରଙ୍କୁ କହିଛନ୍ତି ହିମନ୍ତ ।

ସେପଟେ ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ । ବର୍ତ୍ତମାନ ହେମାମାଳିନୀ ଆସିଥିବା ବେଳେ ଆଜି ପୁଣି ଆସିବେ ଅମିତ ଶାହ । ରାଉରକେଲାରେ ସାଧାରଣ ସଭା କରିବେ । ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ । ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ ।

ଅଧିକ ପଢ଼ନ୍ତୁ: ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

ସେହିପରି କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ଆଠଗଡ଼ ଓ ନରସିଂହପୁରରେ ପ୍ରଚାର କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି, ଲୋଇସିଂହା, ସତ୍ୟବାଦୀ, ପିପିଲି ସମାବେଶରେ ଯୋଗଦେବେ । ସେହିପରି ବର୍ତ୍ତମାନ ପ୍ରଚାର କରୁଛନ୍ତି ବଲିଉଡ୍ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର ।

ଉତ୍ତର ଭୁବନେଶ୍ୱରରେ ପ୍ରଚାର ସରିଥିବା ବେଳେ କଟକ କିଶନ ନଗରରେ ସଭା କରିବେ । ପରେ ପରେ ପିପିଲିରେ ରୋଡ୍ ସୋ’କରିବେ ହେମାମାଳିନୀ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ । ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ ହେମାମାଳିନୀ ।